ଯୋଗାଣ ଅଧିକାରୀ ପରିବହନ ଠିକାଦାର ଅସାଧୁ ମେଣ୍ଟ: ଶୋଷଣ ହେଉଛନ୍ତି ଖୁଚୁରା ବିକ୍ରେତା

ଯୋଗାଣ ଅଧିକାରୀ ପରିବହନ ଠିକାଦାର ଅସାଧୁ ମେଣ୍ଟ: ଶୋଷଣ ହେଉଛନ୍ତି ଖୁଚୁରା ବିକ୍ରେତା

News by Kanhu Charan Panda (Cuttack)

#କଟକ(ଏନ୍‌.ଏମ୍‌.): କଟକ ମହାନଗର ଅଞ୍ଚଳରେ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପରିବହନ ଠିକାଦାରମାନେ ଯୋଗାଣ ବିଭାଗ ଅଧିକାରୀଙ୍କ ସହାୟତାରେ କ୍ରମାଗତ ଭାବେ ଧାର୍ଯ୍ୟ ଓଜନ ଠାରୁ କମ୍ ପରିମାଣର ସାମଗ୍ରୀ ପହଞ୍ଚାଣ କରି ଆସୁଥିଲେ । ଏ ସମ୍ପର୍କରେ ଖୁଚୁରା ବିକ୍ରେତା ମାନେ ବାରମ୍ବାର ଅଭିଯୋଗ କରିବା ପରେ କଟକ ରିଟେଲ ଡିଲର୍ସ ଆସୋସିଏସନ୍ ପକ୍ଷରୁ ଏ ସମ୍ବଦ୍ଧ ରେ ବିଭିନ୍ନ ସମୟରେ କଟକ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ଆଜି କଟକ ରିଟେଲ ଡିଲର୍ସ ଆସୋସିଏସନ୍‌ର କର୍ମକର୍ତ୍ତା କଟକ ଯୋବ୍ରା ଅଞ୍ଚଳର ଜନୈକ ଖୁଚୁରା ବିକ୍ରେତାଙ୍କ ନିକଟରେ ପରିବହନ ଠିକାଦାର ଦ୍ୱାରା ପ୍ରେରଣ ହୋଇଥିବା ସାମଗ୍ରୀ ତନଖି କରିବାରୁ ପ୍ରତ୍ୟେକ ବସ୍ତାରେ ଧାର୍ଯ୍ୟ ଓଜନ ଠାରୁ କମ୍ ପରିମାଣର ସାମଗ୍ରୀ ରହିଥିବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନାଯୋଗ୍ୟ ପ୍ରତ୍ୟେକ ଚାଉଳ ବସ୍ତାର ଓଜନ ପଚାଶ କିଲ ଛଅଶହ ତିରିଶ ଗ୍ରାମ ହେବା ସ୍ଥାନରେ କୌଣସି ଗୋଟିଏ ବସ୍ତା ମଧ୍ୟ ଧାର୍ଯ୍ୟ ପରିମାଣର ଓଜନ ଦେଖିବାକୁ ମିଳିଥିଲା । କେଉଁ ବସ୍ତାରେ ଅଣଚାଶ କିଲୋଗ୍ରାମ ତ କେଉଁ ବସ୍ତାରେ ପଚାଶ କିଲୋ ପାଞ୍ଚଶହ ହୋଇଥିଲା । ଅର୍ଥାତ୍ ଗୋଟିଏ ଟ୍ରକରେ ତିନିରୁ ଚାରି କ୍ୱିଣ୍ଟାଲ ପର୍ଯ୍ୟନ୍ତ କମ ପରିମାଣରେର ଚାଉଳ ଦିଆଯାଉଛି । ଆଜି ସରକାରୀ ଛୁଟି ଦିନ ହୋଇଥିବାରୁ ବିଭାଗର କୌଣସି ଅଧିକାରୀ ମିଳି ନଥିଲେ । ତେବେ ଆସନ୍ତା କାଲି ଏସମ୍ପର୍କରେ ଯୋଗାଣ ପ୍ରଶାସନକୁ ଅବଗତ କରାଯିବ ବୋଲି କଟକ ରିଟେଲ ଡିଲର୍ସ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ସୂଚନା ପ୍ରଦାନ କରିଛନ୍ତି । ଏହି ତନଖି ସମୟରେ କଟକ ରିଟେଲ ଡିଲର୍ସ ଆସୋସିଏସନ୍‌ର ଉପସଭାପତି ତାପସ କୁମାର ମହାନ୍ତି, ସହ ସମ୍ପାଦକ ବିଜୟ କୁମାର ସାହୁ, ସୟଦ ଏକ୍ରାମ ହୁସେନ, ପ୍ରେମ୍ କୁମାର ସେନ, ଅଶୋକ ହାଲଦାର, ବିଜନ କୁମାର ସାହୁ, ପ୍ରଶାନ୍ତ ଜେନା, ଗଗନ ମହାନ୍ତି, ଶିବ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *