ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଆଗରେ ଏସୟୁସିଆଇ(ସି)ର ବିକ୍ଷୋଭ

ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଆଗରେ ଏସୟୁସିଆଇ(ସି)ର ବିକ୍ଷୋଭ


କେନ୍ଦୁଝର(ଏନ୍‌.ଏମ୍‌.): ଯାଜପୁର ରୋଡ ରେଳ ଷ୍ଟେସନର ଅନତିଦୂର ଚୁନଭାଟି ନିକଟରେ ବିନା ସୁରକ୍ଷାରେ ଥିବା ରେଳଡବା ତଳେ କାଳବୈଶାଖୀରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିବାବେଳେ ବଗି ଗଡ଼ିଯାଇ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏସୟୁସିଆଇସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଯୋଗାଇ ଦେବା, ମୃତକଙ୍କ ପରିବାରରୁ ଜଣକୁ ରେଳ ବିଭାଗରେ ନିଯୁକ୍ତି ଦେବା, ରେଳସେବାର ଘରୋଇକରଣ ବନ୍ଦ କରିବା, ରେଳ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ଅବିଳମ୍ବେ ପୂରଣ କରିବା ଓ ଦୁର୍ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନ ମାଷ୍ଟରଙ୍କ ଅଫିସ ସମ୍ମୁଖରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ କରାଯିବା ସହ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *