ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ

ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ

News by Basanta Ratha (Cuttack)

#କଟକସଦର(ଏନ୍‍.ଏମ୍‍.): ରଜଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନାମୁକୁଟ ଲୋ ଦିଶୁଅଛି ଝଟଝଟ । ଏଭଳି ଲୋକଗୀତରେ ଉଛୁଳି ପଡ଼ିଥିଲା କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡା ପଡିଆ । ପହିଲି ରଜ ପୂର୍ବଦିନ ସଜବାଜ ରାତିରେ ଆଞ୍ଚଳିକ କଳା ପରିଷଦ ପକ୍ଷରୁ ମହାସମାରୋହରେ ଯଶପଡା ଠାରେ ୪ ଦିନିଆ ରଜ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଏଥିରେ ଗ୍ଲୋବାଲ ଇଣ୍ଡିଆ ଗ୍ରୁପ ଅଫ୍ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଚୌଧୁରୀ ସତ୍ୟ ଦାସ, ନିର୍ଦ୍ଦେଶିକା ଡକ୍ଟର ମଞ୍ଜୁଶ୍ରୀ ଶାସ୍ତ୍ରୀଙ୍କ ସମେତ ବରିଷ୍ଠ ଶିକ୍ଷାବିତ ବାଉରୀବନ୍ଧୁ ସ୍ୱାଇଁଙ୍କ ସମେତ କବି, ଗାଳ୍ପିକ, ପ୍ରବନ୍ଧକାର, ଗୀତିକାର ସଙ୍ଗୀତକାର ପ୍ରଦୀପ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ କମ ସମୟ ଭିତରେ ଏଭଳି ଆୟୋଜନ କରିପାରିଥିବାରୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ତେବେ ରାଜ୍ୟରେ ଦିନକୁ ଦିନ ବୁଡ଼ିବାକୁ ବସିଥିବା ଲୋକ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଅତିଥିମାନେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଗୀତିକାର ସଙ୍ଗୀତକାର ଅଧ୍ୟାପକ ଦେବେନ୍ଦ୍ର ବାରିକ ଉଦଘାଟନୀ ସମାରୋହରେ ସଭାପତିତ୍ୱ କରିଥିବା ବେଳେ ନାଟ୍ୟକାର ଅଶୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବ ରଜ ତିନିଦିନ ପୂର୍ବାହ୍ନ ୧୦ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତ୍ୟେକ ସଂଧ୍ୟାରେ ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ଓ ଓଲିଉଡ଼ କଳାକାର ମାନେ କଳା ପ୍ରଦର୍ଶନ କରିବେ ବୋଲି ଆୟୋଜକମାନଙ୍କ ଠାରୁ ଜଣାପଡିଛି । ଉଦଘାଟନ ରାତିରେ ଓଡ଼ିଶୀ ନୃତ୍ୟ ଓ ମେଲୋଡି କାର୍ଯ୍ୟକ୍ରମ ଭରପୁର ଦର୍ଶକ ମାନଙ୍କୁ ଦେଖିବାକୁ ମିଳିଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *