ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

News by Akshya Biswal (Rairangpur)

#ରାଇରଙ୍ଗପୁର (ଏନ୍‌.ଏମ୍‌.): ଆଗକୁ ଆଉ ବର୍ଷେ ରହିଲା ସାଧାରଣ ନିର୍ବାଚନ । ଏଥିପାଇଁ ବିଜେଡି ପ୍ରଚାର ଓ ପ୍ରସାର ଓ ସାଂଗଠନିକକୁ ଗୁରୁତ୍ୱ ଦେଇଛି । ଦଳର ସବୁଠାରୁ ଶକ୍ତିଶାଳୀ ହେଉଛି ସଂଗଠନ । ଯାହାର ସଂଗଠନ ତୃଣମୂଳ ସ୍ତରରେ ସୁଦୃଢ ସେ ଦଳର ପଲା ଭାରି ସବୁବେଳେ । ରାଜ୍ୟ ବିଜୁ ଜନତାଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଏବଂ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପ୍ରଭାରୀ ପ୍ରଣବ ପ୍ରକାଶ ଦାସଙ୍କ ସୁପାରିଶ କ୍ରମେ ବିଜୁ ଜନତା ମୟୂରଭଞ୍ଜ ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ନାମ ପୁନଃ ଘୋଷଣା କରାଯାଇଛି । ଏଥିସହ ଅନ୍ୟ ସାଂଗଠାନିକ ପଦ ମଧ୍ୟ ଘୋଷଣା କରାଯାଇଛି । ଜିଲ୍ଲା ସଂଗଠନରେ ଜିଲ୍ଲା ଉପସଭାପତି କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ସନ୍ତୋଷ ମହାନ୍ତ, ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗଲ ସିଂ ମୋଦୀ, ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଅମରେନ୍ଦ୍ର କର, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ସୁବାଷ ମଣ୍ଡଳ, ସ୍ୱରୂପ ବେହେରା ଏବଂ ପାର୍ଥସାରଥୀ କବିଙ୍କ ନାମ ଘୋଷଣା କରାଯାଇଛି । ସେହିଭଳି ସାଧାରଣ ସଂପାଦକ ପଦ ପାଇଁ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ବସନ୍ତ ପୈବର୍ତ୍ତି ଏବଂ ଖିତିପଦ ମହାନ୍ତ; ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ଖଗେଶ୍ୱର ସାହୁ, ମାନଗୋବିନ୍ଦ ନାଏକ ଏବଂ ନରେଶ ଚନ୍ଦ୍ର ମହାନ୍ତି; ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ପରମେଶ୍ୱର ବେହେରା ଏବଂ ବୁଦ୍ଧିମାନ ମଣ୍ଡଳ; ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ପଙ୍କଜ ରାଉତ ଏବଂ ସଚିନ ଅଗ୍ରୱାଲଙ୍କ ନାମ ଘୋଷଣା କରାଯାଇଛି । ସେହିଭଳି ସଂପାଦକ ପଦ ପାଇଁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଉତ୍ତମ ମହାପାତ୍ର, ରାଜେନ୍ଦ୍ର ମଲ୍ଲିକ ଏବଂ ଶ୍ୟାମ ଦାସ, ନୀନା ଦାସ, ଫୁଲସି ଡମାନ ମାର୍ଣ୍ଡୀ, ଶାଶ୍ୱତ ବଳ, ଲାଲ ମୋହନ ବାରିକ; ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ଗୋପେଶ୍ୱର ଦଳେଇ, ବିପିନ ବିହାରୀ ମହାନ୍ତ, ପଙ୍କଜ ମିଶ୍ର, ବିଶେଶ୍ୱର ସାହୁ, ଗୋବିନ୍ଦ ସୋରେନ, ସନ୍ତୋଷ କୁମାର ସାହୁ, କିଶୋର ଚନ୍ଦ୍ର ବେହେରା, ମନ୍ମଥ କୁମାର ଗିରି; କରଂଜିଆ ନିର୍ବାଚନ ମଣ୍ଡଳୀ ପାଇଁ ବିନୋଦ ସାହୁ, ଉପେନ୍ଦ୍ର ପଲେଇ, ବୈଲୋଚନ ମିଶ୍ର, ମାନସ ରଂଜନ ଆଚାର୍ଯ୍ୟ, ମହେଶ୍ୱର ନାଏକ, ଏବଂ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଚିନ୍ମୟ ସାହୁ, ରଘୁନାଥ ମାଝୀ, ପ୍ରଭାକର ପରିଡା, ସୁପାଇ ଟୁଡୁ, ଦୁଲାରାମ ମାରାଣ୍ଡି ଏବଂ ବିଶ୍ୱଜିତ ମହାନ୍ତିଙ୍କ ନାମ ଘୋଷଣା କରାଯାଇଛି । ସଦର ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମଙ୍କ ସମେତ ଅନ୍ୟ ମନୋନିତ ସାଂଗଠନିକ ସଦସ୍ୟ ସେମାନଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ଯେଉଁ ଗୁରୁ ଦାୟିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜିଲ୍ଲା ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ଅର୍ପଣ କରିଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି । ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେବେ ତାହା ନିଷ୍ଠାର ସହ ପାଳନ କରିବେ ବୋଲି ଦାୟିତ୍ୱ ପାଇବା ପରେ କର୍ମୀମାନେ ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *