ମୋ କଟକ ସୁରକ୍ଷା ମଞ୍ଚର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ

ମୋ କଟକ ସୁରକ୍ଷା ମଞ୍ଚର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ
ତ୍ରିଲୋଚନ କାନୁନଗୋଙ୍କୁ ଶ୍ରେଷ୍ଠ ନାଗରିକ ବାରବାଟୀ ସମ୍ମାନ-୨୦୨୨

News by Smruti Ranjan Tripathy (Cuttack)

କଟକ(ଏନ୍‍.ଏମ୍‍.): କଟକ ସହରର ଉନ୍ନତି ନିମନ୍ତେ ସଦା ସର୍ବଦା ଲଢ଼େଇ ଜାରି ରଖିଥିବା ସାମାଜିକ ଅନୁଷ୍ଠାନ ମୋ କଟକ ସୁରକ୍ଷା ମଞ୍ଚର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ କଟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ, ସଂଗଠନର ମୁଖ୍ୟ ଉପଦେଷ୍ଟା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ଉପଦେଷ୍ଠା କ୍ଷୀରୋଦ କୁମାର ସାହୁ, ଦେବ କୁମାର ନାଥ, ଓଡିଶା ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ, ଯୁବ ସମାଜସେବୀ ଲୋକନାଥ ଲେଙ୍କା, ସାମ୍ବାଦିକ ଡଃ ମହେଶ୍ୱର ପ୍ରମୁଖ ଯୋଗ ଦେଇଥିଲେ । ହଜାର ବର୍ଷର କଟକ ସହରରେ ଅନେକ କୀର୍ତ୍ତିରାଜ, ପରମ୍ପରା,ସଂସ୍କୃତିର ସ୍ମୃତି ବହନ କରି ଆସୁଥିବାରୁ କଟକ ତାହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା । ମାତ୍ର ଧିରେ ଧିରେ ସହର ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି । ଯାହାପାଇଁ ସହର ବର୍ତ୍ତମାନ ତାହାର ଅତୀତର ଗୌରବମୟ ଗାରୀମାକୁ ହରାଇବାକୁ ବସିଲାଣି । ଏଥିପ୍ରତି ସତର୍କ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କଣ୍ଠ ଶିଳ୍ପୀ ତଥା ବିଶିଷ୍ଟ ମଞ୍ଚ ସଞ୍ଚାଳକ କୁମାର ଜାନୁ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପୂର୍ବତନ ସାଂସଦ ଶ୍ରୀଯୁକ୍ତ କାନୁନଗୋଙ୍କୁ ସର୍ବଶ୍ରେଷ୍ଠ ନାଗରିକ ବାରବାଟି ସମ୍ମାନ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ କଟକ ସହରର ଉନ୍ନତି ନିମନ୍ତେ ସଦା ସର୍ବଦା ଲଢ଼େଇ ଜାରି ରଖିଥିବା ସମାଜସେବୀ, ସାମାଜିକ ସଂଗଠନ ଓ ସାମ୍ବାଦିକମାନଙ୍କୁ ବାରବାଟୀ-କଟକ ସମ୍ମାନ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଐତିହାସିକ ବାଲିଯାତ୍ରାରେ ସର୍ବାଧିକ କାଗଜଡ଼ଙ୍ଗା ତିଆରି କରି ସିଏମସି ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ ସ୍ଥାନିତ କରାଇବାରେ ସର୍ବାଧିକ କାଗଜଡ଼ଙ୍ଗା ତିଆରି କରିଥିବା କ୍ରେମ୍ବିଜ ସ୍କୁଲର ୭ମ ଶ୍ରେଣୀ ଛାତ୍ରୀ ଜ୍ୟୋତିକ୍ଷା ସାହୁ ପ୍ରମୂଖ ଅଂଶ ଗ୍ରହଣ କରିଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସୁନାମଧନ୍ୟ ବ୍ୟକ୍ତିମାନେ ଯୋଗଦେଇଥିବାବେଳେ ଅନୁଷ୍ଠାନ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି କାର୍ଯ୍ୟକ୍ରମରେ ଡଃ ବ୍ୟୋମକେଶ କାନୁନଗୋ, ବିଶ୍ୱଜିତ ରାୟ, ରାକେଶ କୁମାର ମଲ୍ଲିକ, ଅଭୟ ଗୌରବ ସାହୁ, ଅମୀୟ ଗୌରବ ସାହୁ, ହିମାଂଶୁ କିରଣ ସାହୁ, ଶୁଭେନ୍ଦୁ ସେନଗୁପ୍ତା, ଅମିତ କୂମାର ପାତ୍ର, ବନ୍ଧନ ବେହେରା, ସୁଶ୍ମିତା ବେଉରା, ରଶ୍ମିତା ସାହୁ, ଜ୍ୟୋତିକ୍ଷା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *