ମେଘଦୂତ ଆୱାର୍ଡ ପ୍ରାପ୍ତ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା

ମେଘଦୂତ ଆୱାର୍ଡ ପ୍ରାପ୍ତ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): କଟକ ଦକ୍ଷିଣ ଡାକ ମଣ୍ଡଳସ୍ଥିତ କାର୍ଯ୍ୟାଳୟରେ ଡାକ ଅଧିକ୍ଷକ ଗଜେନ୍ଦ୍ର ପ୍ରସାଦ କର ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଡାକସେବାର ୨୦୨୧ ବିତ୍ତୀୟ ବର୍ଷର ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ସାହୁ ବାଙ୍କୀ ମୁଖ୍ୟ ଡାକଘର ଅଧିନସ୍ଥ ତୁଳସୀପୁର ଶାଖା ଡାକଘରେ ଶାଖା ଡାକପାଳ ଭାବେ କାର୍ଯ୍ୟରତ ଅଟନ୍ତି । ସେ ୨୦୦୦ ମସିହା ଫେବୃୟାରୀ ୧୪ ତାରିଖରେ ଡାକ ବିଭାଗରେ ଯୋଗଦେଇ ଲୋକମାନଙ୍କ ପାଖରେ ଡାକ ବିଭାଗର ପ୍ରତେକଟି ସ୍କିମ ପହଞ୍ଚାଇବା ସହିତ ଲୋକମାନଙ୍କ ସହ ସୁ-ସଂପର୍କ ସ୍ଥାପନ କରି ଡାକ ବିଭାଗର ବିଭିନ୍ନ ଉଲ୍ଲେଖ ମୂଳକ କାର୍ଯ୍ୟ ବିଷୟରେ ଅବଗତ କରିଛନ୍ତି । ପ୍ରତେକ ଗାଁ ଗହଳିରେ ଘରେ ଘରେ ସେ ସଞ୍ଚୟ ଖାତା, ଡାକ ବୀମା, ଆଇପିପିବି, ଆଧାରର ପ୍ରଚାର ଓ କାୟା ବିସ୍ତାର କରିବା ସହ ଅତି ନିଷ୍ଠାପର ଭାବରେ କାର୍ଯ୍ୟ କରିଥିବାରୁ ଚଳିତ ବର୍ଷ ଜୁନ ୨୮ତାରିଖରେ ସମ୍ମାନିତ କରାଯାଇଥିଲା । ଦିଲ୍ଲୀ ସ୍ଥିତ ଇଣ୍ଡିଆ ହବିଟାଣ୍ଟ ସେଣ୍ଟର ଠାରେ ସର୍ବ ଭାରତୀୟସ୍ତରରେ ଆୟୋଜିତ ୨୦୨୧ ବିତ୍ତୀୟ ବର୍ଷର ମେଘଦୂତ ଆୱାର୍ଡ ସେରିମନୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓ ଡାକବିଭାଗର ଡିଜିଙ୍କ ଉପସ୍ଥିତିରେ ଶ୍ରୀ ସାହୁଙ୍କୁ କେନ୍ଦ୍ର ସଞ୍ଚାର ରାଜ୍ୟ ମନ୍ତ୍ରୀ ଦେବୁସିଂ ଚୌହ୍ୱାନ ମେଘଦୂତ ଆୱାର୍ଡରେ ସମ୍ମାନିତ କରିଥିଲେ । ସାରା ଭାରତବର୍ଷରେ ଥିବା ୧୩୧୩୧୧ ଗ୍ରାମୀଣ ପୋଷ୍ଟଅଫିସରେ କାର୍ଯ୍ୟରତ ପ୍ରାୟ ୪୫୦୦୦୦ ଗ୍ରାମୀଣ ଡାକ କର୍ମଚାରୀମାନଙ୍କୁ ପଛରେ ପକାଇ ଓଡିଶା ପରିମଣ୍ଡଳ ତଥା କଟକ ଦକ୍ଷିଣ ଡାକ ମଣ୍ଡଳର ଶ୍ରୀ ସାହୁ ଏକମାତ୍ର ଗ୍ରାମୀଣ ଡାକସେବକ ଭାବେ ମେଘଦୂତ ଆୱାର୍ଡ ଅର୍ଜନ କରିଥିଲେ । ମେଘଦୂତ ଆୱାର୍ଡ ୧୯୮୪ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା । ଏହା ଡାକବିଭାଗରେ ଉତ୍କୃଷ୍ଟ କାର୍ଯ୍ୟର ପରିଚୟ ପ୍ରଦାନ କରିବାଲାଗି ଡାକ ବିଭାଗର ସର୍ବୋତ୍ତମ ଜାତୀୟସ୍ତରୀୟ ସମ୍ମାନ ମେଘଦୂତ ଆୱାର୍ଡ ଦିଆଯାଇଥାଏ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *