ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ

ମୃତ ସଦସ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ

News by Umakanta jena (Cuttack)

#କଟକ(ଏନ୍‌.ଏମ୍‌.): କଟକ-ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଜଣେ ଅଟୋଚାଳକଙ୍କ ବିୟୋଗରେ ସଂଘ ପକ୍ଷରୁ ତାଙ୍କ ପରିବାରକୁ ୩୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ଗ୍ରାମର ଶୈଳେନ୍ଦ୍ର ସାହୁ ଦୀର୍ଘ ଦିନ ଧରି କଟକରେ ଅଟୋ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରିଥାନ୍ତି । ସେ ଷ୍ଟେସନ ବଜାର ଅଞ୍ଚଳରେ ରହୁଥିବାବେଳେ ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବହୁ ପରୀକ୍ଷା ନିରୀକ୍ଷା ପରେ ସେ କାମଳ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେବେ ଡାକ୍ତରଙ୍କ ବହୁ ଉଦ୍ୟମ ସତ୍ତ୍ୱେ କାମଳ ରୋଗ ସହ ଜୁଝିଜୁଝି ଶେଷରେ ଶୈଳେନ୍ଦ୍ର ଆଖି ବୁଜିଥିଲେ । ହେଲେ ପରିବାରର ରୋଜଗାରିଆ ପୁଅ କାମଳ ରୋଗରେ ପାଲଟିଗଲା ଅଫେରା ପଥର ପଥିକ, ଶୋଇଗଲେ ଚିରନିଦ୍ରାରେ । ପୁଅକୁ ହରାଇବା ପରେ ପରିବାର ଉପରେ ପଡ଼ିଗଲା ଚଡକ । ଯେଉଁ ବାପ ମା’ ଆଶା କରିଥିଲେ ସେମାନଙ୍କ ଶେଷ ସମୟରେ ପୁଅ କାନ୍ଧରେ ଯିବେ ଶ୍ମଶାନକୁ ଆଜି ପୁଅ ହିଁ ସେମାନଙ୍କ କାନ୍ଧରେ ଗଲା । ଏହି ସମୟରେ ପୁତ୍ର ଶୋକରେ ଭାଙ୍ଗିପଡ଼ିଥିବା ପରିବାରକୁ ବଞ୍ଚିବାର ଆଶା ଦେଇଛନ୍ତି କଟକ ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପର କର୍ମକର୍ତ୍ତା । ପୁଅକୁ ସିନା ଫେରାଇ ଆଣିପାରିଲେ ନାହିଁ; ନିଜସ୍ୱ ରୋଜଗାରକୁ କିଛି କିଛି ସଂଗ୍ରହ କରି ଶୋକ ସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ଦେଇ ସମବେଦନା ଜଣାଇଥିଲେ । ଏହି ଅବସରରେ ଗ୍ରୁପର ଅଧ୍ୟକ୍ଷ ଦିନବନ୍ଧୁ ନାୟକ, କ୍ଷେତ୍ର ମୁଖ୍ୟ ଅମ୍ବ୍ରେଶ ଦେଓଙ୍କ ସମେତ କର୍ମକର୍ତ୍ତା ଅର୍ଜୁନ ସ୍ୱାଇଁ, ଲିଟୁ ସାହୁ, ନିରଞ୍ଜନ ନାୟକ, ବିନୟ ହାତୀ, ଗୋପାଳ ବେହେରା, ଶିବପ୍ରସାଦ ଦାସ, ଗଣେଷ ବିଶ୍ୱାଳ, ମନୋଜ ଓଝା, ବାସୁଦେବ ଦାସ ପ୍ରମୁଖ ସ୍ଥାନୀୟ ଯୋବ୍ରା ଠାରୁ ଏକ ଶୋଭାଯାତ୍ରାରେ ବାହାରି କଲେଜଛକସ୍ଥିତ ତାଙ୍କ ଆବାସ ଠାରେ ପହଞ୍ଚି ସ୍ୱର୍ଗତ ସାହୁଙ୍କ ପରିବାରକୁ ୩୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *