ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲା ବିଜେପି, ୫୦ରୁ ଊର୍ଦ୍ଧ୍ୱ କର୍ମୀ ଗିରଫ

ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲା ବିଜେପି, ୫୦ରୁ ଊର୍ଦ୍ଧ୍ୱ କର୍ମୀ ଗିରଫ


କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ କଟକଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ କଳାପତାକା ପଦର୍ଶନ କରିବା ଅଭିଯୋଗରେ କର୍ମୀମାନଙ୍କୁ ଗିରଫ କରାଯାଇଛି । କଟକରେ କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା, ଡେଙ୍ଗୁ ପ୍ରତିକାର, ଜାଇକା, ନାଳ ନର୍ଦ୍ଧମା, ବିପର୍ଯ୍ୟସ୍ତ ରାସ୍ତା ଘାଟ, ବିଜୁଳି ବିଭ୍ରାଟ, ପଙ୍ଗୁ ସ୍ୱାସ୍ଥ୍ୟସେବା, ଭ୍ରଷ୍ଟ ଶିକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳାରେ ଅବନ୍ନତି, ବସ୍ତି ବାସିନ୍ଦା ଥଇଥାନ ଆଦିରେ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭରି ରହିଛି । ମାତ୍ର ମୁଖ୍ୟମନ୍ତ୍ରୀ ଏ ସବୁ ଉପରେ ସମାଧାନ ନକରି ବହୁ ବିଳମ୍ବରେ ଏକମୋ ମେସିନ ଉଦଘାଟନ ବାହାନାରେ ଲୋକ ଦେଖାଣିଆ କଟକ ଗସ୍ତକୁ ବିଜେପି କଟକ ନଗର ତରଫରୁ କଳାପତାକା ଦେଖାଇ ବିରୋଧ କରାଯାଇଛି । କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି, ସବ୍ୟସାଚୀ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ସ୍ମୃତିରଞ୍ଜନ ମିଶ୍ର ପ୍ରମୁଖ ୫୦ରୁ ଅଧିକ କାର୍ଯ୍ୟକର୍ତ୍ତା କଳାପତାକା ପ୍ରଦର୍ଶନ କରିଥିଲେ । ତେବେ କଳାପତାକା ଦେଖାଇଥିବା ଏହି କର୍ମୀମାନଙ୍କୁ ଗିରଫ କରାଯାଇଥିବା କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *