ମାହାଙ୍ଗାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା

ମାହାଙ୍ଗାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା

ଫଟୋ- ରମେଶ ଦାସ (ମାହାଙ୍ଗା)

ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତସ୍ଥିତ ଦୁର୍ଗାଚରଣ ନାୟକ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି । ମାହାଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ସ୍ୱାସ୍ଥ୍ୟ ମେଳାର ଅନୁଷ୍ଠିତ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ନବୀନ ବାବୁଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଆଲୋଚନା କରିବା ସହ ସ୍ୱାସ୍ଥ୍ୟ ମେଳାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହାପରେ ସ୍ୱାସ୍ଥ୍ୟ ମେଳା ପରିଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାହାଙ୍ଗା ବ୍ଲକ ଅଧକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ସରପଞ୍ଚ ରାଜେନ୍ଦ୍ର କୁମାର ସାହୁ, ସମାଜସେବୀ ଜ୍ଞାନେନ୍ଦ୍ର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ବିଡିଓ ନିହାର ରଞ୍ଜନ ମଲ୍ଲିକ, ଡାକ୍ତର ସଞ୍ଜୟ ମହାନ୍ତି, ଡାକ୍ତର ମାନସ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ସେଠି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ମଧୁମେୟ, ଚକ୍ଷୁ, କୁଷ୍ଠ, ଯକ୍ଷ୍ମା, ଜଳାତଙ୍କ ଆଦି ରୋଗର ଚିକିତ୍ସା କରାଯିବା ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏଥିରେ ଏକ ହଜାରରୁ ଉର୍ଦ୍ଧ ରୋଗୀ ମାନେ ଚିକତ୍ସା ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *