ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଡି. ବ୍ରଦର୍ସ

ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଡି. ବ୍ରଦର୍ସ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ମାମଲା ଆଜି କଟକ ଜିଲ୍ଲା କୋର୍ଟରେ ବିଚାର ହୋଇଛି । ଏହି ମାମଲାରେ ଛନ୍ଦି ହୋଇଥିବା ୨ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଓ ସୁଶିଲ ଧଳସାମନ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏଥିସହ ସହଯୋଗୀ ଆରିଫ୍ ଖାଁକୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଦୌରା ଜଜ୍ । ତଥ୍ୟ ପ୍ରମାଣ ଅଭାବରୁ ଏହି ୩ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଫାରୁକ୍ ହତ୍ୟାକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ କୋର୍ଟରୁ ୪ ଜଣ ଧଳସାମନ୍ତ ସହଯୋଗୀ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୪ ନଭେମ୍ବର ୧୧ ତାରିଖରେ ମାଲଗୋଦାମରେ ବହୁଚର୍ଚ୍ଚିତ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲାରେ ପୁଲିସ ୮ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ପ୍ରମାଣ ଅଭାବରୁ କୋର୍ଟରେ ଦୋଷମୁକ୍ତ ହୋଇଥିଲେ । ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ, ସେକ୍ ସୋନା, ସେକ୍ ବାବୁ, ଜଗତସିଂହପୁରର ଅସିତ୍ ଦାସ କୋର୍ଟରୁ ଦୋଷମୁକ୍ତ ହୋଇସାରିଛନ୍ତି । ତେବେ ସୁଶାନ୍ତ ଓ ସୁଶିଲ ଧଳସାମନ୍ତ ଓ ଆରିଫ୍ ଖାଁ ଏହି ମାମଲାରେ ଜେଲରେ ଅଛନ୍ତି । ମାଲଗୋଦାମ ଥାନା ପୁଲିସ ୨୦୧୮ ମସିହାରେ ଏହି ହତ୍ୟାକାଣ୍ଡର ଏକ ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିବା ବେଳେ ଦ୍ୱିତୀୟ ଥର ପାଇଁ ୨୦୨୧ ଡିସେମ୍ବର ୨୭ ତାରିଖରେ ୪ ଜଣ ଦୁର୍ଦ୍ଦାନ୍ତ ଧଳସାମନ୍ତ ସହଯୋଗୀ ମାଛୁଆ ବଜାରର ଚନ୍ଦନ ବେହେରା, ସିଡିଏ ସେକ୍ଟର ୭ର ଲଲନ ଗୁପ୍ତା, ରାଣୀହାଟ ଗୋପାଳ ସାହିର ଶଙ୍କର ଓରଫ ଦୀପକ କୁମାର ନାୟକ ଏବଂ ଲାଲବାଗ ଅଲିଶା ବଜାରର ରଞ୍ଜନ ବେହେରା ଓରଫ ରାଜା ବିରୋଧରେ ଜେଏମଏଫସି ସିଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *