ମାଟ୍ରିକ ପରୀକ୍ଷା ରେ କୌଣସି ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ

ମାଟ୍ରିକ ପରୀକ୍ଷା ରେ କୌଣସି ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ସମେଟିଭ-୨ କୁ ଅତ୍ୟନ୍ତ ନିଷ୍ଠା ଓ ଗୁରୁତର ସହ ପରିଚାଳନା କରିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି । ସରକାର ଜାରି କରିଥିବା ମାର୍ଗଦର୍ଶିକା ଆଧାରରେ ଏହି ପରୀକ୍ଷା ଆୟୋଜିତ ହେବ । କୌଣସି କ୍ଷେତ୍ରରେ ଏହାର ଉଲ୍ଲଘଂନ ବା ଅନିୟମିତତା ହେଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ ସତର୍କ କରାଇ ଦେଇଛନ୍ତି । ଆଜି ଡିଆଇଇଟି ସମ୍ମିଳନୀ କକ୍ଷରେ ଚଳିତ ମାସ ୧୦ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମେଟିଭ ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲାର ୧୨୨ ଗୋଟି କେନ୍ଦ୍ରର ଅଧିକ୍ଷକ ବା ସୁପରିଟେଣ୍ଟେଟ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇ ଶ୍ରୀ ସାହୁ ଏହି ପରୀକ୍ଷା ପିଲା ମାନଙ୍କ ଭବିଷ୍ୟତ ପାଇଁ ଅତି ଜରୁରୀ ପରୀକ୍ଷା ହୋଇ ଥିବାରୁ ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଜୋର ଦେଇଥିଲେ । ପୁଲିସ, ମାଜିଷ୍ଟ୍ରେଟ, କେନ୍ଦ୍ର ସୁପରିଟେଣ୍ଟେଟ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସାମୁହିକ ସହଯୋଗ ମାଧ୍ୟମରେ ଏହାକୁ ଆମେ ଅତି ସୁଚାରୁ ରୁପେ ସମ୍ପୂର୍ଣ୍ କରିବା । ତେଣୁ କେହି ବି ନିୟମ ବ୍ୟତିକ୍ରମ ନକରିବାକୁ ସେ କଡା ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଡା. ବିଶ୍ୱଜିତ ଘୋଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଡିଆଇଇଟିର ଅଧ୍ୟକ୍ଷ ଡା. ସନ୍ତୋଷ କୁମାର ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ହିମାଂଶୁ ଭୂଷଣ ସମର୍ଥା ପ୍ରମୁଖ ଯୋଗ ଦେଇ ଥିଲେ । ସୂଚନାଯୋଗ୍ୟ ଯେ ଜିଲ୍ଲାର ୧୨୨ ଗୋଟି ପରୀକ୍ଷା କେନ୍ଦ୍ର ପାଇଁ ୧୨ ଟି ନୋଡାଲ କେନ୍ଦ୍ର କରାଯାଇ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *