ମା’ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଆସିଲା ଆଜ୍ଞାମାଳ


ଫୁଲନଖରା(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୫୮ନମ୍ବର ୱାର୍ଡ ଅନ୍ତର୍ଗତ ଭାଣପୁର ମଝିସାହି କୁଆଖାଇ ନଦୀକୂଳ ଠାରେ ମା’ତାରିଣୀଙ୍କ ନୂତନ ମନ୍ଦିର ନିର୍ମାଣ ହୋଇଛି। ଗ୍ରାମବାସୀ କେଉଁଝର ଜିଲ୍ଲା ଘଟଗାଁ ମା’ତାରିଣୀଙ୍କ ପୀଠରେ ରୀତିନୀତି ଅନୁଯାୟୀ ପୂଜାପାଠ କରିସରିବାପରେ ଆଜି ଆଜ୍ଞାମାଳ ଆସି ଭାଣପୁର ସ୍ଥିତ ମନ୍ଦିରରେ ରଖାଯାଇଛି। ପୂବାହ୍ନରେ ଆଜ୍ଞାମାଳ ପହଞ୍ଚିବା କ୍ଷଣି ଗ୍ରାମବାସୀ ଘଣ୍ଟ, ଖୋଳ, ବାଜା ବଜାଇ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ଏକ ବିରାଟ ପଟୁଆରରେ ମନ୍ଦିର ନିକଟକୁ ନେଇଥିଲେ। ଏହି ସମୟରେ ଗ୍ରାମର ମହିଳାମାନେ ସମ୍ପୂର୍ଣ୍ଣ ଗ୍ରାମ ରାସ୍ତାରେ ନୁଆଲୁଗା ବିଛାଇ ଧୂପ ଦ୍ୱୀପଦେଇ ପୂଜାର୍ଚ୍ଚନା କରିଥିଲେ। ସମସ୍ତ ପୂଜା ପାଠ ଓ କର୍ମକାଣ୍ଡ ସରିବାପରେ ମା’ଙ୍କ ନୂତନ ବିଗ୍ରହ ସ୍ଥାପନ କରାଯିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି । ପ୍ରତ୍ୟକ ଦିନ ସନ୍ଧ୍ୟାରେ ମା’ଙ୍କ ପୀଠରେ ଭଜନ କୀର୍ତ୍ତନ ସାଙ୍ଗକୁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *