ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା

ଫଟୋ- ରମେଶ ଦାସ (ମାହାଙ୍ଗା)

ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତ ଅଧିନସ୍ଥ ବଣୁଆ ମହାପୁରୁଷ ପୀଠରେ ମନ୍ତ୍ରୀ ପ୍ରତାପ ଜେନା ମିଶନ ଶକ୍ତିର ନୂତନ ଗୃହ ଉଦ୍‌ଘାଟନ କରିଛନ୍ତି । କୁଆଁପାଳ ତାରିଣୀ ମନ୍ଦିର ପାଖରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ନିଜ ସହ ଧର୍ମିଣୀଙ୍କ ସହ ପ୍ରଭୁ ବଣୁଆ ମହାପୁରୁଷଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଉକ୍ତ ପୀଠ ସଂଲଗ୍ନ ନୂତନ ମିଶନ ଶକ୍ତି ଗୃହର ଉଦ୍‌ଘାଟନ କରିଥିଲେ । ଏହା ସହିତ ବଣୁଆ ଜେ.ଏନ୍‌. କଲେଜର ନୂତନ ଶ୍ରେଣୀ ଗୃହ ମଧ୍ୟ ଉଦ୍‌ଘାଟନ କରିଥିଲେ । ଏହି ନୂତନ ଶ୍ରେଣୀ ଗୃହ ପରିସରରେ କଲେଜ ଛାତ୍ରୀଙ୍କ ଦ୍ୱାରା ପ୍ରଶିକ୍ଷିତ କରାଟେ ପ୍ରତିଯୋଗିତାର ଆନନ୍ଦ ଉହାଠାଇବା ସହ ମନ୍ତ୍ରୀ ଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କଲେଜ ପରିସରରେ ଆୟୋଜିତ ମାଗଣା କର୍କଟ ରୋଗ ନିବାରଣ ଶିବିର ପରିଦର୍ଶନ କରି ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ଦାସ, ସରପଞ୍ଚ ସୁଜାତା ମଲ୍ଲିକ, ସମିତି ସଭ୍ୟା ରେବତୀ ସେଠୀ, ବିଡିଓ ନିହାର ରଞ୍ଜନ ମଲ୍ଲିକ, ସିଡିପିଓ ପ୍ରମୋଦିନୀ ଦାସଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *