‘ମାଇଁ ଲର୍ଡ’ ଏବଂ ‘ଇଓର ଲର୍ଡସିପି’ ଶୁଣିଶୁଣି ବିରକ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି

‘ମାଇଁ ଲର୍ଡ’ ଏବଂ ‘ଇଓର ଲର୍ଡସିପି’ ଶୁଣିଶୁଣି ବିରକ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି


ନୂଆଦିଲ୍ଲୀ(ଏଜେନ୍ସି): ବିଚାର ବିଭାଗୀୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଣ୍ଟାଭିଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି । ତେଣୁ ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା “ମାଇଁ ଲର୍ଡ’ ଏବଂ “ଇଓର୍ ଲର୍ଡସିପ୍‌” ସମ୍ବୋଧନ । ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତି ଭାବ ପ୍ରକାଶ କରିଛନ୍ତି । ଏକ ମାମଲାର ଶୁଣାଣି ସମୟରେ ଜଣେ ବରିଷ୍ଠ ଆଇନଜୀବୀ ବାରମ୍ବାର “ମାଇଁ ଲର୍ଡ’ କିମ୍ବା “ଇଓର୍ ଲର୍ଡସିପ୍‌’ କହିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟାୟମୂର୍ତ୍ତି ପି.ଏସ୍‌. ନରସିଂହ ।
ସୂଚନା ଅନୁସାରେ, ଜଷ୍ଟିସ୍ ଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରୁଥିଲେ । ଜଷ୍ଟିସ୍ ନିରସିଂହ ମଧ୍ୟ ଏହି ବେଞ୍ଚରେ ଥିଲେ । ବିଚାର ସମୟରେ ଜଣେ ବରିଷ୍ଠ ଆଇନଜୀବୀ ବାରମ୍ବାର “ମାଇଁ ଲର୍ଡ’ ଏବଂ “ଇଓର୍ ଲର୍ଡସିପ୍‌” ସମ୍ବୋଧନ କରିଥିଲେ । ଫଳରେ ବିରକ୍ତ ହୋଇ ଜଷ୍ଟିସ୍ ନିରସିଂହ କହିଥିଲେ, “ତୁମେ କେତେଥର ‘ମାଇଁ ଲର୍ଡ’ କହିବ? ଯଦି ଆପଣ ଏପରି କହିବା ବନ୍ଦ କରନ୍ତି, ତେବେ ମୁଁ ମୋ ଦରମାର ଅଧା ଦେଇଦେବି ।
ଜଷ୍ଟିସ୍ ନରସିଂହ ଆହୁରି କହିଛନ୍ତି, “ଆପଣ ଏହା ବଦଳରେ କାହିଁକି ‘ସାର’ ବ୍ୟବହାର କରୁନାହାଁନ୍ତି । ଯଦି ଆଗକୁ ଏପରି କହିବେ ତେବେ ଆପଣ କେତେଥର “ମାଇଁ ଲର୍ଡ’, “ଇଓର୍ ଲର୍ଡସିପ୍‌’ କହୁଛନ୍ତି ତାହା ଗଣିବା ଆରମ୍ଭ କରିବି ।’ ପ୍ରକାଶ ଥାଉକି, ନ୍ୟାୟିକ ପ୍ରକ୍ରିୟାରେ ଓକିଲମାନେ, ଯୁକ୍ତି ସମୟରେ ବିଚାରପତିମାନଙ୍କୁ “ମାଇଁ ଲର୍ଡ’ କିମ୍ବା “ଇଓର୍ ଲର୍ଡସିପ୍‌’ ଭାବରେ ସମ୍ବୋଧିତ କରନ୍ତି । ଏହି ଅଭ୍ୟାସକୁ ବିରୋଧ କରୁଥିବା ଲୋକେ ଏହାକୁ ଉପନିବେଶ ଯୁଗର ପରମ୍ପରା ଏବଂ ଦାସତ୍ୱ ପ୍ରଥା ଭାବେ ବିଚାର କରନ୍ତି । ଯଦିଓ ୨୦୦୬ରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ସଂକଳ୍ପ ପାରିତ କରିଥିଲା ଯେ, କୌଣସି ଓକିଲ ବିଚାରପତିଙ୍କୁ “ମାଇଁ ଲର୍ଡ’ ଏବଂ “ଇଓର୍ ଲର୍ଡସିପ୍‌’ ଭାବରେ ସମ୍ବୋଧିତ କରିବେ ନାହିଁ, ତଥାପି ଏବେ ମଧ୍ୟ ଏହି ଅଭ୍ୟାସ ରହି ଆସିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *