କଟକ(ଏନ୍.ଏମ୍.): ଜିଲ୍ଲାରେ କୋଭିଡ ମହାମାରୀ ତଥା ୟାସ ବାତ୍ୟା ମୁକବିଲା ନିମନ୍ତେ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତ୍ୟେହ ତତ୍ତ୍ୱାବଧାନରେ ପ୍ରଶାସନିକ କାର୍ଯ୍ୟ ସଫଳ ହୋଇପାରିଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ଜିଲ୍ଳାପାଳଙ୍କ ନିଦେ୍ର୍ଧଶରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଦ୍ୱାରା ପ୍ରାୟତଃ ହଜାରେରୁ ଉର୍ଦ୍ଧ୍ୱ ବହୁତ ଗ୍ରାମ ଏବେବି କରୋନା ପ୍ରଭାବରୁ ବଞ୍ଚôତ ହୋଇ ଗ୍ରୀନ ଜୋନରେ ରହିଛନ୍ତି ବୋଲି ସମୀକ୍ଷା ପରେ ଜିଲ୍ଳାପାଳ ସୂଚନା ଦେଇଛନ୍ତି । ଅପରାହ୍ନରେ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଳାପାଳ ମହାନଗର ଅଞ୍ଚଳର କାଜି ବଜାର ସରକାରୀ ବାଳିକା ବିଦ୍ୟାଳୟ, ସେକେଣ୍ଡାରୀ ବୋର୍ଡ ଉଚ୍ଚ ବିଦ୍ୟାଳୟ, ରାଣୀହାଟ ଉଚ୍ଚ ବିଦ୍ୟାଳୟ, ନୂଆ ବଜାର ଉଚ୍ଚ ବିଦ୍ୟାଳୟ, ନେହେରୁ ଉଚ୍ଚ ବିଦ୍ୟାପୀଠକୁ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ କରାଯିବା ନିମନ୍ତେ ପଦକ୍ଷେପ ସ୍ୱରୂପ ପରିଦର୍ଶନରେ ଯାଇଥିଲେ ।
ମହାମାରୀ, ବାତ୍ୟା ସମୀକ୍ଷା ସହ ରୂପାନ୍ତର ନିମନ୍ତେ ଜିଲ୍ଳାପାଳଙ୍କ ୫ଟି ବିଦ୍ୟାଳୟ ପରିଦର୍ଶନ
🤖 AI Quick Summary
Click the button to generate AI summary.
