ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ

ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର (ଏନ୍‌.ଏମ୍‌): କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ମହାନଦୀ ବ୍ୟାରେଜ ମୁଣ୍ଡରେ ମୌନ ଧାରଣା ଦେଇଛନ୍ତି । ସୂଚନା ଥାଉ କି ବ୍ୟାରେଜ ପୋଲର ମରାମତି ପାଇଁ ଓ ନିମପୁର ନୂତନ ବସ୍ତିର ସୁରକ୍ଷା ଦୃଷ୍ଟିରୁ ନଦୀକୂଳ ପଥର ପ୍ୟାକିଙ୍ଗ ଏବଂ ଗାର୍ଡ ୱାଲ ନିର୍ମାଣ ଦାବିରେ ଗତ ମାସ ୨୯ତାରିଖ ଦିନ ଏକ ଲିଖିତ ଦାବିପତ୍ର ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ୩ଦିନ ମଧ୍ୟରେ ପୋଲ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପୋଲର ସମୁଦାୟ ୮ଗୋଟି ସ୍ଥାନରୁ ମାତ୍ର ଗୋଟିଏ ସ୍ଥାନରେ ମରାମତି କରାଯାଇ ଅଧପାନ୍ତରିଆ ଭାବେ ପଡିରହିଛି । ଏହାର ପ୍ରତିବାଦରେ ମୌନ ଧାରଣ କରାଯାଇଥିଲା । ଦୀର୍ଘ ଅଢେଇ ଘଣ୍ଟା ପ୍ରଚଣ୍ଡ ଖରାରେ ଧାରଣାରେ ବସିବା ପରେ ବିଭାଗ ପକ୍ଷରୁ ପ୍ରତିନିଧି ଭାବରେ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମନ୍ତ୍ରୀ ଧରଣାସ୍ଥଳକୁ ଯାଇ ବୁଝାସୁଝା କରିବାସହ ଆସନ୍ତା ୧ତାରିଖ ମଧ୍ୟରେ ମରାମତି କାର୍ଯ୍ୟ ସରିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପରିଡାଙ୍କ ସହିତ ୩୫ନମ୍ବର କର୍ପୋରେଟର ଜେ. କାମେଶ୍ୱର ରାଓ, ଯୁବନେତା ସୁକାନ୍ତ ସାହାଣୀ ଏବଂ ଓମ ପ୍ରକାଶ ପଣ୍ଡା, ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ବସ୍ତିସଙ୍ଘ ନେତା ଚିତ୍ତରଞ୍ଜନ ମହାନ୍ତି, ଉମାଶଙ୍କର ସାମଲ, ରାଜୀବ ମହାନ୍ତି, କାଉନସିଲର ଦିଲ୍ଲୀପ ଭୂୟାଁ, ବରିଷ୍ଠ ନାଗରିକ ଗୋବର୍ଦ୍ଧନ ସାହୁ, ବରିଷ୍ଠ ମୁରବୀ ବିଜୟ ମିଶ୍ର, ଶ୍ରମିକ ନେତା ପ୍ରବୀର ରଥ, ସୁଶୀଲ ମହାନ୍ତି, ଇତିଶ ପଣ୍ଡା, ପବିତ୍ର ପଣ୍ଡା, ଜୟନାରାୟଣ ତ୍ରିପାଠୀ, ଦିଲ୍ଲୀପ ଦଳାଇ, କିଶୋର ନାୟକ, ନଗେନ୍ଦ୍ର ମହାପାତ୍ର, ଶ୍ରଦ୍ଧେନ୍ଦୁ ଶତପଥୀ, ପ୍ରମୁଖ ଯୋଗ ଦେଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ମରାମତିକାର୍ଯ୍ୟ ନସରିଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *