ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ

ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ


କଟକ(ଏନ୍‌.ଏମ୍‌.): ମହାନଦୀ ବିହାର ସ୍ଥିତ ସେଲିବ୍ରେସନ ମଣ୍ଡପ ବିଜୁ ପଟ୍ଟନାୟକ ପାର୍କ ଠାରେ ସିଏମସି ଦ୍ୱାରା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଓପନ ଜିମ ଓ ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଇଂ. ସୁବ୍ରତ ଘଡ଼ାଇ, ୱାର୍ଡ ସଭାପତି ରମେଶ ଚନ୍ଦ୍ର ରାଉତ, ପୂର୍ବତନ କର୍ପୋରେଟର କବିତା ଖଣ୍ଡାଇ, ମହାନଦୀ ବିହାର ଉନ୍ନୟନ ପରିଷଦର ସଭାପତି ରବିନାରାୟଣ ଶତପଥୀ, ଉପ ସଭାପତି ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ମହାନଦୀ ବିହାର ସେକ୍ଟର-୨ ର ସଭାପତି ସରୋଜ ସ୍ୱାଇଁ, ବୟୋଜ୍ୟେଷ୍ଠ ମୁରବୀ ପ୍ରହ୍ଲାଦ ଚନ୍ଦ୍ର ବିଶ୍ୱାଳ, ମାତୃ ନୀଳୟ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ପ୍ରିୟମ୍ବଦା ନାୟକ, ସମ୍ପାଦିକା କିରଣବାଳା ମହାନ୍ତି ଓ ସମସ୍ତ ସଦସ୍ୟାଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ହିମାଂଶୁ ଷଡଙ୍ଗୀ, ବାବୁଲି ଦାସ, ରାକେଶ ତ୍ରିପାଠୀ, ଜ୍ଞାନରଞ୍ଜନ ଦାସ, କୀର୍ତ୍ତିଧନ ତ୍ରିପାଠୀ ଓ ମହାନଗର ନିଗମର ସହକାରୀ ଯନ୍ତ୍ରୀ ଆଦିତ୍ୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *