ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସର  ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବିଡ଼ିଓ ପ୍ରଦୀପ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡଙ୍ଗା ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ଏପିଓ ସୂର୍ଯ୍ୟ ସ୍ନିତା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଆଠଗଡ ବ୍ଲକର ୩୪ ଟି ପଞାୟତରେ ମୋଟ ୧୭୪୩୬ଟି ଜବକାର୍ଡ ପଞିକୃତ ହୋଇଛି । ୨୦୨୨-୨୩ ଆର୍ôଥକ ବର୍ଷର ସେପ୍େଟମ୍ବର ମାସ ସୁଦ୍ଧା ୨୪୦୭ ଜଣ କାର୍ଯ୍ୟ ପାଇଁ ଆବେଦନ କରିଥିବା ବେଳେ ୨୧୩୪ ଜଣଙ୍କୁ କାର୍ଯ୍ୟ ଦିଆଯାଇଛି । ମୋଟ ୨୯,୦୦୪ଟି ଶ୍ରମ ଦିବସ ସୃଷ୍ଟି ହୋଇଛି । ୨୩ ଜଣଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଛି । ମୋଟ ୧କୋଟି ୨୬ ଲକ୍ଷ ୭୮ ହଜାର ଟଙ୍କା ୬୯ :୩୧ ଶ୍ରମିକ ଓ ସାମଗ୍ରୀ ଅଂଶ ସୃଷ୍ଟି କରିଛି । ନରେଗା ସହାୟକ ସତ୍ୟନାରାୟଣ ସ୍ୱାଇଁ ଓ ବ୍ଲକ ପ୍ରକଳ୍ପ ସଂଯୋଜକ (ଆବାସ) ସୁଧାଂଶୁ ଚନ୍ଦ୍ର ନାୟକ ଶିବିର ପରିଚାଳନା କରିଥିଲେ । ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *