ମଧୁସୂଦନ ସେତୁ ଆଲୋକୀକରଣ ଓ ୩ଟି ସ୍ମାର୍ଟ ବସ୍‌ଷ୍ଟପ୍ ଉଦ୍‌ଘାଟିତ

ମଧୁସୂଦନ ସେତୁ ଆଲୋକୀକରଣ ଓ ୩ଟି ସ୍ମାର୍ଟ ବସ୍‌ଷ୍ଟପ୍ ଉଦ୍‌ଘାଟିତ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ସିଏମ୍‌ସି ପକ୍ଷରୁ ଆଜି ପୂର୍ବାହ୍ଣରେ ୪ଟି ପ୍ରକଳ୍ପ ଯଥା, ମଧୁସୂଦନ ସେତୁର ଆଲୋକୀକରଣ, ବିଜୁ ପଟ୍ଟନାୟକ ପାର୍କ, ୱିଣ୍ଡ୍‌ସର୍ ପ୍ଲେସ୍ ଓ ବାରବାଟୀ ଷ୍ଟାଡିୟମ ନିକଟରେ ସ୍ମାର୍ଟ ବସ୍‌ଷ୍ଟପ୍ ଉଦ୍‌ଘାଟିତ ହୋଇଯାଇଛି । ଏହି ସମସ୍ତ ପ୍ରକଳ୍ପରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟ କରାଯାଇଛି । ପୂର୍ବାହ୍ଣ ୧୦.୩୦ରେ ମେୟର ସୁବାସ ସିଂହ ପ୍ରଥମେ ମଧୁସୂଦନର ସେତୁର ଆଲୋକୀକରଣ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ । ପରେ ପରେ ସ୍ମାର୍ଟ ବସ୍‌ଷ୍ଟପ୍‌ଗୁଡିକ ଉଦ୍‌ଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟି ମେୟର ଦମୟନ୍ତୀ ମାଝୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡୁ, କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କ ସମେତ ବହୁ କର୍ପୋରେଟର ଓ ସିଏମ୍‌ସି ଅଧିକାରୀ ଉପସ୍ଥିତ ଥିଲେ । କଟକ ସହରର ରୂପାନ୍ତରଣ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିଲା ବେଳେ ଉପରୋକ୍ତ ଚାରୋଟି ପ୍ରକଳ୍ପ ସହରବାସୀଙ୍କ ପାଇଁ ସହାୟକ ହେବ ବୋଲି ମେୟର ଶ୍ରୀ ସିଂହ କହିଛନ୍ତି । ପ୍ରକାଶ ଥାଉକି, ୨କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ମଧୁସୂଦନ ସେତୁ ଆଲୋକୀକରଣ ବ୍ୟବସ୍ଥା ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଦ୍ୱାରା ସଂପନ୍ନ କରାଯାଇଥିଲା ବେଳେ ସ୍ମାର୍ଟ ବସ୍‌ଷ୍ଟପ୍‌ଗୁଡିକୁ ୩୦ ଲକ୍ଷ ୩୪ ହଜାର ଟଙ୍କା ଲେଖାଏଁ ବ୍ୟୟରେ ଇଞ୍ଜିନିୟରିଂ ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡ(ଇପିଆଇଏଲ) ପକ୍ଷରୁ ନିର୍ମାଣ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *