News by Umakanta Jena (Cuttack)

ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଲିଅନ୍ତା ଠାରେ ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନସ୍ଥ ବଇଁଚୁଆ କାଜ ନିକଟ ଏକ ବନ୍ଦ ଘରେ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ପଡି ଥିଲା । ତେବେ ଏହି ଦୁଇ ଜଣ ବ୍ୟକ୍ତିଙ୍କର କିଭଳି ମୃତ୍ୟୁ ହେଲା ତାହାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଏବଂ ପୁଲିସ ମିଳିତ ତଦନ୍ତ ଚାଲିଥିବାବେଳେ ଏ ନେଇ ବାଲିଅନ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ପ୍ରାରମ୍ଭିକ ତଦନ୍ତ ଚାଲିଥିବା ଜଣାପଡ଼ିଛି । ମୃତକମାନେ ନିଆଳି ଥାନା ଅଞ୍ଚଳର ସୁକାନ୍ତ ଦାସ (୪୮) ଏବଂ ଜଗବନ୍ଧୁ ବେହେରା (୨୨) ବୋଲି ଜଣାପଡିଛି । ସେମାନେ ଉକ୍ତ ଗୁହାଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

By admin

Leave a Reply

Your email address will not be published. Required fields are marked *