ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ

ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ


ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ହେଉଛି ଏକ ଖାଦ୍ୟପ୍ରିୟ ଦେଶ , ଏହି ଦେଶର ଏକ ଏପରି ଖାଦ୍ୟପେୟ ସଂସ୍ଥା ରହିଛି ଯାହା ବିଗତ ୧୦୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ଲୋକଙ୍କ ମନରେ ଏକ ନୂଆ ଧାରଣ ଜନ୍ମେଇଛ ଯେ ଭଲ ଖାଇବା ଦେଲେ ଭଲ ସମ୍ପର୍କ ସାଙ୍ଗକୁ ବ୍ୟବସାୟ ମଧ୍ୟ ଭଲ ଭାବରେ ଆଗକୁ ବଢ଼ିଥାଏ ବୋଲି କରିମ ରେଷ୍ଟୁରାଣ୍ଟର ( ଦିଲ୍ଲୀ ଜାମା ମସଜିଦ) ପ୍ରତିଷ୍ଠାତା ଆସିଫଉଦିନ କହିଛନ୍ତି । ଏହି ରେଷ୍ଟୁରାଣ୍ଟର ଏକ ଶାଖା ଶୁକ୍ରବାର ସ୍ଥାନୀୟ କିଟ ରୋଡରେ ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରି କହିଥିଲେ ଯେ କରିମ ଏକ ସର୍ବଭାରତୀୟ ସ୍ତରରେ ରେଷ୍ଟୁରାଣ୍ଟ । ଏହାର ସମସ୍ତ ଖାଦ୍ୟ ବେଶ ରୁଚିକର ଓ ସ୍ୱାଦିଷ୍ଟ ବୋଲି ସାହୁ ମତବ୍ୟକ୍ତ କରିଛନ୍ତି । ରେଷ୍ଟୁରାଣ୍ଟ ଭାବ କରିମ ଖାଲି ନାମ ନୁହେଁ ଏହା ଏକ ବ୍ରାଣ୍ଡ ଭାବେ ପରିଚିତ । ଏହାର ସମସ୍ତ ଖାଦ୍ୟ ପୁଷ୍ଟିକର ଓ ଗୁଣାତ୍ମକ ବୋଲି ଭୁବନେଶ୍ୱର କରିମର ଫ୍ରଞ୍ଚାଇଜ ମୁଖ୍ୟ ଅଭିନାଶ ପଣ୍ଡା ମତ ଦେଇଛନ୍ତି । କରିମ ଓଡ଼ିଶାର ବିଶେଷ କରି ଭୁବନେଶ୍ୱରରେ ଏହା ପ୍ରଥମ, ଏଠାରେ ସବୁ ପ୍ରକାରର ଖାଦ୍ୟ ଗ୍ରାହକଙ୍କ ମନକୁ ପାଇବ ବିଶେଷ କରି ଏହାର ମୋଗଲାଇ ଡିସ ମୁଖ୍ୟ ଆକର୍ଷଣ ରହିଛି । ସାରା ଦେଶରେ ଏହା ମୋଗଲାଇ ଗୁରୁ ଭାବେ ପରିଚିତ ଯାହା ସବୁ ବର୍ଗର ଗ୍ରାହକଙ୍କ ପସନ୍ଦ ଆସିବ ବୋଲି ମୀରା ପଣ୍ଡା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ପଣ୍ଡା, ଅଭିଜତ ପାଣ୍ଡା ଏବଂ ପଣ୍ଡା ପରିବାର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ବରିଷ୍ଠ ମିଡ଼ିଆ ସଞ୍ଚାଳକ ପ୍ରଣୟ ଜେଠି ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *