ଭିନ୍ନକ୍ଷମଙ୍କୁ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କଲେ ମନ୍ତ୍ରୀ

ଭିନ୍ନକ୍ଷମଙ୍କୁ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କଲେ ମନ୍ତ୍ରୀ
‘ସ୍ୱାଭିମାନ’ ପକ୍ଷରୁ ଅଭିନବ ପଦକ୍ଷେପ

News by I&PR (Odisha)

ଭୁବନେଶ୍ୱର(ଏନ୍‌.ଏମ୍‌.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୮ ଜଣ ଭିନ୍ନକ୍ଷମଙ୍କୁ ସ୍ୱତନ୍ତ୍ର ଭାବେ ନିର୍ମିତ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କରିଛନ୍ତି । ସ୍ଥାନୀୟ ତେରାପନ୍ଥ ଭବନରେ ‘ସ୍ୱାଭିମାନ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଉପକରଣଗୁଡ଼ିକ ବିତରଣ କରିବା ସହିତ ଏଗୁଡ଼ିକୁ ଭାରତର ପ୍ରଥମ ସ୍ୱଦେଶୀ ବ୍ୟାଟେରୀଚାଳିତ ଯାନ ଭାବରେ ନିର୍ମାଣ କରିଥିବା ନିଓମୋସନ୍ ଆସିଷ୍ଟିଭ୍ ସଲ୍ୟୁସନସ୍ ପ୍ରାଇଭେଟ୍ ଲିଃକୁ ପ୍ରଶଂସା କରିଥିଲେ । ମାଡ୍ରାସ୍ ଆଇଆଇଟିର ଇନ୍‌କ୍ୟୁବେସନ୍ ସେଲ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ନିଓମୋସନ୍ ଯାନଗୁଡ଼ିକ ଏପରି ଭାବରେ ନିର୍ମିତ ହୋଇଛି ଯେ ତାହା ହୁଇଲ୍ ଚେୟାର ଏବଂ ଆବଶ୍ୟକ ସମୟରେ ଗତିଶୀଳ ଯାନ ଭାବରେ ବ୍ୟବହୃତ ହୋଇପାରିବ । ଭିନ୍ନକ୍ଷମମାନଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଥାଇ ଏହି ଉପକରଣଗୁଡ଼ିକ ପ୍ରସ୍ତୁତ ହୋଇଛି । ‘ସ୍ୱାଭିମାନ’ର ପ୍ରତିଷ୍ଠାତା ସମାଜସେବୀ ଡକ୍ଟର ଶ୍ରୁତି ମହାପାତ୍ର ଯୋଗଦେଇ ହିତାଧିକାରୀମାନଙ୍କୁ ଯଥାର୍ଥ ଭାବରେ ଚିହ୍ନଟ କରାଯାଇଥିବା ଦର୍ଶାଇଥିଲେ ଏବଂ ନିଓମୋସନ୍‌ର ଏପରି ଉଦ୍ୟମ ସ୍ମାର୍ଟ ଭାରତରେ ସ୍ମାର୍ଟ ଯାନ ଯୋଗାଇଦେବାରେ ସମର୍ଥ ହୋଇଛି ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ସୁବାସ ଭୋରା ମଧ୍ୟ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *