ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ପକ୍ଷରୁ ପ୍ରେସ ଲୋଗୋ ଉନ୍ମୋଚିତ

ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ପକ୍ଷରୁ ପ୍ରେସ ଲୋଗୋ ଉନ୍ମୋଚିତ


#କଟକ(ଏନ୍‌.ଏମ୍‌.): ସାମ୍ବାଦିକତାର ପରିପୃଷ୍ଟତା, ସାମ୍ବାଦିକ ସମୂହର ବୃତ୍ତିଗତ ଓ ଅର୍ଥନୈତିକ କଲ୍ୟାଣ ତଥା ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ଗଠନ କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଦେଶରେ ତଥା ଦେଶ ବାହାରେ ଘଟୁଥିବା ଘଟଣା ପ୍ରବାହ ଚିନ୍ତାର ବିଷୟ ହୋଇଥିବାବେଳେ ଏ କ୍ଷେତ୍ରରେ ବେଳହୁଁ ସଚେତନତାର ଆବଶ୍ୟକତା ରହିଛି । ସାମ୍ବାଦିକତାର ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଉଦ୍ଦେଶ୍ୟରେ ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ଆସନ୍ତା ଦିନରେ ସର୍ବଭାରତୀୟସ୍ତରରେ ଏକ “ଜର୍ଣ୍ଣାଲିଷ୍ଟ କଂଗ୍ରେସ୍‌’ର ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଯାହାକି ଭୁବନେଶ୍ୱରରୁ ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହି “ଜର୍ଣ୍ଣାଲିଷ୍ଟ କଂଗ୍ରେସ୍‌’କୁ ସଫଳ ତଥା ସୁଦୁରପ୍ରସାରୀ କରିବା ପାଇଁ ସମଗ୍ର ସାମ୍ବାଦିକଙ୍କ ପାଇଁ ଏକ ପ୍ରତୀକାତ୍ମକ ଲୋଗୋ ଚୟନ କରାଯାଇଛି, ଯାହାକି ଆଜି ଏହି ବୈଠକରେ ପ୍ରଦର୍ଶିତ କରାଯାଇଛି । ଏପରିକି ସାମ୍ବାଦିକମାନଙ୍କର “ଆକ୍ରୋନେମ’ (ନାମ ପୂର୍ବରୁ ପଦବୀ ଲାଗିବା) ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏହି ସମ୍ମିଳନୀରେ ଦେଶରୁ ପ୍ରାୟ ୨ହଜାରରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଉଥିବାବେଳେ ଦେଶ ବାହାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି କଟକ ମାଛୁଆ ବଜାର ସ୍ଥିତ ସର୍କିଟ ହାଉସଠାରେ ସାମ୍ବାଦିକ ବନ୍ଧୁମାନଙ୍କୁ ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଶ୍ରୀରାମ ଦାସ, ପୀତବାସ ମିଶ୍ର, ଡ. ସତ୍ୟ ରାୟ, ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଭୁତି ଭୂଷଣ କର, ସେକ୍ରେଟାରୀ ଜେନେରାଲ ସନତ ମିଶ୍ର, ପବିତ୍ର ମହାରଥା, ନିମେଇ ଦାସ, ପାର୍ଥସାରଥୀ ଜେନା, ସନାତନ ଦଳବେହେରା ପ୍ରମୁଖ ଯୋଗଦେଇ ସାମ୍ବାଦିକତାର ପୃଷ୍ଠଭୂମିକୁ ମଜବୁତ କରିବାପାଇଁ ଆହ୍ୱାନ ଜଣାଇଛନ୍ତି । ଏଥିସହିତ ଖୁବଶୀଘ୍ର ଜର୍ଣ୍ଣାଲିଷ୍ଟ କଂଗ୍ରେସକୁ ବର୍ଗାଭିମୁଖୀ କରିବାପାଇଁ ଜାତୀୟସ୍ତରରେ ଏକ ପ୍ରତୀକାତ୍ମକ ମାସ୍କଟ ମଧ୍ୟ ଉନ୍ମୋଚିତ ହେବ ଏବଂ ଏହି ମାସ୍କଟ ରାଜ୍ୟର ସମସ୍ତ ଜିଲ୍ଲା ସମେତ ସମଗ୍ର ଭାରତ ବର୍ଷ ପରିକ୍ରମଣ କରିବ ବୋଲି ବୋଲି ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *