ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

news by I&PR Odisha

ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ଖରିଫରେ ଜିଲ୍ଲାରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କୃଷି ଭବନଠାରେ ଆୟୋଜିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ସଂଜୀବ ଚୋପ୍ରା, ସ୍ୱତନ୍ତ୍ର ସଚିବ ସଂଜୀବ କୁମାର ଚଢ଼ା, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀଙ୍କ ସହିତ ଚାଷୀମାନଙ୍କୁ ବିହନ ଓ ସାର ଯୋଗାଣ ନେଇ ବିଶଦ ଆଲୋଚନା କରିଥିଲେ । ବୈଠକରେ ଚଳିତ ଖରିଫରେ ଜିଲ୍ଲାରେ କରାଯାଇଥିବା ଧାନ ଓ ଅଣଧାନ ଫସଲ ଜମିର ପରିମାଣ ସମ୍ପର୍କରେ ଆଲୋଚନା ହେବା ସହ ଚାଷୀମାନେ ଯେପରି ଠିକ୍ ସମୟରେ ବିହନ ଓ ସାର ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ (ବିହନ), ଯୁଗ୍ମ ନିର୍ଦ୍ଦେଶକ(ସାର), ଯୁଗ୍ମ ନିର୍ଦ୍ଦେଶକ (ପଲ୍‌ସେସ୍‌)ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବାବେଳେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ବ୍ଲକ୍ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ଏଗ୍ରିକଲ୍‌ଚର ଡିଷ୍ଟ୍ରିକଫ ଅଫିସର, ଆସିଷ୍ଟାଣ୍ଟ ସିଡ୍ ପ୍ରଡକ୍ସନ୍ ଅଫିସରମାନେ ଯୋଗଦେଇ ସେମାନଙ୍କ ଅଞ୍ଚଳରେ କୃଷି କାର୍ଯ୍ୟ ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *