News by Maheswar Behera (Athagarh)

ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ଜୋରନ୍ଦା ମେଡିକାଲ ଠାରେ ବିଶ୍ୱ କୁଷ୍ଠ ଦିବସ ପାଳିତ ହୋଇଯାଇଛି । ମେଘା ସେକ୍ଟରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ସମୂହ ଗାଁ କଲ୍ୟାଣ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଘା ସେକ୍ଟରର ବରିଷ୍ଠ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ସଂଯୋଜନା କରିଥିଲେ । ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପୌରହିତ୍ୟରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆୟୁଷ ଡାକ୍ତର ଦୀପକ ରାଜ, ଆୟୁଷ ଡାକ୍ତର ମଧୁସ୍ମିତା ପ୍ରଧାନ, ଏଏନଏମ ସ୍ଥିତିପ୍ରଜ୍ଞା ବରାଳ, ଫର୍ମାଶିଷ୍ଟ ଭାଗ୍ୟଲତା ଆଚାର୍ଯ୍ୟ, ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ଶୁଭଶ୍ରୀ ସାହୁ, ଆଶାକର୍ମୀ କୁନି ସାହୁ ଯୋଗଦେଇ କୁଷ୍ଠ ରୋଗ ନିରାକରଣ ସମ୍ପର୍କରେ ସଚେତନତା କରାଇଥିଲେ । ଏଥିରେ ଗାଁ କଲ୍ୟାଣ ସମିତିର ସଭ୍ୟ, ସଭ୍ୟା ଓ ଉକ୍ତ ଗ୍ରାମର ଗ୍ରାମବାସୀ ସହଯୋଗ କରିଥିଲେ । କୁଷ୍ଠରୋଗ ଏକ ସଂକ୍ରାମକ ପୁରାତନ ଦୀର୍ଘକାଳୀନ ଚର୍ମରୋଗ । ଏହି ରୋଗର ପ୍ରଚ୍ଛନ୍ନ ବା ଅପ୍ରକାଶ ଭାବେ ବହୁ ଦିନ ଶରୀର ମଧ୍ୟରେ ରହିପାରେ । ସମୟ ସମୟରେ ଏହା କେତେକ ବର୍ଷ ସ୍ଥାୟୀ ହୋଇ ପାରେ, ଜୀବାଣୁ ଶରୀରରେ ପ୍ରବେଶ କରିବା ପରେ ଲକ୍ଷଣ ପାଇବାକୁ ହୁଏତ ଅନେକ ବର୍ଷ ଅତିବାହିତ ହୋଇପାରେ । ମାଇକ୍ରୋ ବ୍ୟାକ୍ଟେରିୟମ ଲେପ୍ରି ନାମକ ଜୀବାଣୁ କୁଷ୍ଠରୋଗର କାରଣ, ମାଇକ୍ରୋ ବ୍ୟାକ୍ଟେରିୟମ ଜୀବାଣୁଙ୍କ ସଂଖ୍ୟା ଅନେକ, ସେମାନଙ୍କ ଭିତରୁ କୁଷ୍ଠରୋଗ ଜୀବାଣୁ ମଧ୍ୟ ଗୋଟିଏ । କୁଷ୍ଠରୋଗ ଜୀବାଣୁ ପ୍ରଥମେ ଖ୍ରୀଷ୍ଟାବ୍ଦ ୧୯୭୩ ନଭେମ୍ବର ମାସରେ ଡାକ୍ତର ହାନ୍‍ସେନ୍‍ଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା । କୁଷ୍ଠ ଜୀବାଣୁ ଖୁବ୍‍ ଧିର ଓ ଶାନ୍ତ ଏ ଜୀବାଣୁ ଧିରେ ଧିରେ ତାର ବଂଶବିସ୍ତାର କରିଥାଏ । ଏହି ଜୀବାଣୁ ଦେହରେ ଥିଲାବେଳେ ଯେ କୌଣସି ସମୟରେ ରୋଗସୃଷ୍ଟି କରିବାର ସମ୍ଭାବନା ଥାଏ । କୁଷ୍ଠରୋଗ ଚର୍ମତଳେ, ନାସିକା ରନ୍ଧ୍ରରେ ଏବଂ ଚର୍ମତଳେ ଥିବା ଲମ୍ବା ଲମ୍ବା ସ୍ନାୟୁମାନଙ୍କରେ ଏହି ଜୀବାଣୁ ଜମାଟ ବାନ୍ଧି ମେଞ୍ଚା ମେଞ୍ଚା ଆକାରରେ ରହିଥାନ୍ତି । କୁଷ୍ଠ ରୋଗର ଲକ୍ଷଣ ସ୍ପର୍ଶ ବିହୀନ ମୋଟା ତମ୍ବାଳିଆ ଦେଖାଯାଉଥିବା ଛଉ । ଉକ୍ତ ଛଉ ଜାଗାରୁ ଲୋମ ଝଡିବା, ଝାଳ ନବାହାରିବା, ଏକ ଅଙ୍ଗ ଝିମା ମାରିବା, ବିନ୍ଧା ହେବା, ଚକ୍ଷୁ ଲାଲ୍‍ ପଡିବା, ପାଣି ବାହାରିବା, ହାତ, ପାଦ, ଗଣ୍ଠି ଓ ଆଙ୍ଗୁଠି ଫୁଲିବା, ଗୋଟିଏ ହାତ ବା ଗୋଡରେ ପାରାଲିସିସ୍‍ ହେବା, ମୁଖ ବଙ୍କା ହେବା ଇତ୍ୟାଦି । କୁଷ୍ଠରୋଗର ଚିକିତ୍ସା ପାଇଁ ଭେଦ ବା ପ୍ରକାର କରାଯାଇଛି । କେବଳ ୬ଟି ଛଉ ଦେଖାଯିବା ରୋଗୀଙ୍କୁ ପି.ବି. ସ୍ପଳ୍ପ ଜୀବାଣୁଗସ୍ତ, ୬ରୁ ଅଧିକ ଛଉଗ୍ରସ୍ତ ଓ ୧ରୁ ଅଧିକ ସ୍ନାୟୁ ଆକ୍ରାନ୍ତ ଥିଲେ । ଏମ.ବି. ବା ଅଧିକ ଜୀବାଣୁଗସ୍ତ ବୋଲି ଧରାଯାଏ । କୁଷ୍ଠରୋଗ ଚିକିତ୍ସା ପାଇଁ ସାରା ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା ନିରୂପିତ ଚିିକିତ୍ସାକୁ ବହୁବିଧ ଔଷଧ ପ୍ରଣାଳୀ ଏମ.ଡି.ଟି. କୁହାଯାଏ । ଏହା ସାରା ପୃଥିବୀରେ ଆଦୃତ । ବୟସ ଅନୁପାତରେ ପି.ବି. ପାଇଁ ୬ମାସ, ଏମ.ବି. ପାଇଁ ଏକବର୍ଷ ଔଷଧ ସେବନ କରିବାକୁ ପଡିଥାଏ । ରାଜ୍ୟସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କୁଷ୍ଠରୋଗ ଚିହ୍ନଟ ଅଭିଯାନ କରାଯାଇ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀଙ୍କ ଦ୍ୱାରା ଚିହ୍ନଟ କରାଯାଉଛି । ଯଦି କୌଣସି ବ୍ୟକ୍ତିଙ୍କଠାରେ ଏପରି ଲକ୍ଷଣ ଦେଖାଯାଇଥାଏ । ତେବେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ନିକଟସ୍ଥ ଡାକ୍ତରଖାନାରେ ପରାମର୍ଶ କରିବା ଦରକାର । ଏମ.ଡି.ଟି ଦ୍ୱାରା କୁଷ୍ଠରୋଗ ସଂପୂର୍ଣ୍ଣ ଆରୋଗ୍ୟ ସାଧ୍ୟ ଏମ.ଡି.ଟି ଔଷଧ ସବୁ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ଉପଲବ୍ଧ । ଏହି କୁଷ୍ଠ ଦିବସ ଅବସରରେ ଏ ବର୍ଷର ବାର୍ତ୍ତା ହେଉଛି ‘ଆକ୍ଟ ନାଓ ଏଣ୍ଡ ଲେପ୍ରୋସି’ ସମସ୍ତଙ୍କ ସହଯୋଗ ସହ କୁଷ୍ଠ ରୋଗର ସଂପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ସଚେତନତା ଓ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ରୋଗୀ ଚିକିତ୍ସାରେ ସହାୟକ ହେବା, କୁଷ୍ଠରୋଗ ବ୍ୟକ୍ତିଙ୍କ ସହ ସାମାଜିକ ଭେଦଭାବ ରୋକିବା ଲାଗି ନିରନ୍ତର ପ୍ରୟାସ କରିବା ଏବଂ ରାଷ୍ଟ୍ରୀୟ ପିତା ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ‘କୁଷ୍ଠମୁକ୍ତ ଭାରତ ଗଠନରେ ସଦା ପ୍ରଯତ୍ନଶୀଳ ହେବା’ ପାଇଁ ଶପଥ ପାଠ କରିବା ସହ ସାମାଜିକ ଦୂରତା ସହ ଏକ ଶୋଭାଯାତ୍ରାରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

By admin

Leave a Reply

Your email address will not be published. Required fields are marked *