ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ


କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱକବି ତଥା କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ରବୀନ୍ଦ୍ରନାଥ ଠାକୁର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ସେହିଭଳି କଟକ ମହାନଗର ନିଗମ ୪୬ନମ୍ବର ୱାର୍ଡ଼ କଂଗ୍ରେସ କମିଟି ପକ୍ଷରୁ ଅନୁରୂପ ଭାବେ ଶ୍ରୀ ଟାଗୋରଙ୍କ ଜୟନ୍ତୀ ପାଳିତ ହୋଇଥିଲା । ୱାର୍ଡ଼ କଂଗ୍ରେସ ନେତା ଅଜୟ ଗୋଚ୍ଛାୟତଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ରନାଥଙ୍କ ଜୀବନାଦର୍ଶ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ । ସେ ୧୯୬୧ ମସିହା ମଇ ମାସ ୭ତାରିଖରେ କଲିକତା ଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୪୧ ମସିହା ଅଗଷ୍ଟ ୭ତାରିଖରେ ୮୦ବର୍ଷ ବୟସରେ ପରଲୋକ ଗମନ କରିଥିଲେ । ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ସାହିତ୍ୟ ସୃଷ୍ଟି କରିବା ସହ ସମାଜକୁ ଏକ ଦିଗ୍‌ଦର୍ଶନ ଦେଇଥିଲେ ବୋଲି ବକ୍ତାମାନେ କହିଥିଲେ । ସେ ୧୯୧୩ ମସିହାରେ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇ ଭାରତ ମାଟି ପାଇଁ ଗର୍ବ ଓ ଗୌରବ ଆଣିଥିବା ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ଼ ସଭାପତି ସୌମେନ୍ଦ୍ର ମହାନ୍ତି, ୱାର୍ଡ଼ ସମ୍ପାଦକ ଦିଲ୍ଲୀପ କୁମାର ନାୟକ, ମୁରବୀ ଜୟନାରାୟଣ ତ୍ରିପାଠୀ, ପ୍ରତାପ ଚନ୍ଦ୍ର ପରିଡା, ଯୁବନେତା ବିଭୂତି ସ୍ୱାଇଁ, ମାୟାଧର ବେହେରା, ପ୍ରଶାନ୍ତ ବେଉରା, ଶିବଶଙ୍କର ଜେନା, ରୌନକ ପ୍ରଧାନ, ପ୍ରଦୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *