ବିଶିଷ୍ଟ ରାଜନେତା ତଥା ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ବିୟୋଗ

ବିଶିଷ୍ଟ ରାଜନେତା ତଥା ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ବିୟୋଗ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଆଜି ଅପରାହ୍ନରେ ବିଶିଷ୍ଟ ରାଜନେତା ତଥା ପିସିସି ପୂର୍ବତନ ମୁଖପାତ୍ର ଅଶୋକ ସାମଲଙ୍କ ପରଲୋକ ହୋଇଯାଇଛି । ସ୍ଥାନୀୟ ତେଲେଙ୍ଗା ବଜାର ସ୍ଥିତ ବାସଭବନରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି । ସେ ଜଣେ ଦୃଢ଼ ସଂଗଠକ ଓ ଅମାୟିକ ବନ୍ଧୁ ବଚ୍ଛଳ ବ୍ୟକ୍ତିତ୍ୱ ଥିଲେ । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କର ତଳତେଲେଙ୍ଗାବଜାର ସ୍ଥିତ ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବାରବାଟୀ- କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ବରିଷ୍ଠ ନେତା ବିଶ୍ୱଜିତ ଦାସ, ନିକୁଞ୍ଜ ପଶାୟତ, ଗିରିବାଳା ବେହେରା, ଶୈଳବାଳା ଜେନା, ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି, କର୍ପୋରେଟର ସନ୍ତୋଷ ଭୋଳ, ଲିଜାରାଣୀ ରାଉତ, ମହମ୍ମଦ ଆରିଫ ଉଦ୍ଦିନ ଖାଁ, ଶରତ ଚନ୍ଦ୍ର ସେଠୀ, କିଶୋର କର, ସେକ ଆବିଦ୍ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ନେତୃମଣ୍ଡଳୀ ସମବେଦନା ଜଣାଇଛନ୍ତି । ଖାନନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି । ବଡ଼ପୁଅ ସମ୍ବିତ ସାମଲ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ସମ୍ବିତ ଓ ମେଘନାଥଙ୍କ ସମେତ ଝିଅ ସୋନାଲି ଓ ଦୁଇ ବୋହୁ,ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *