ବିରୋଧୀ ଦଳ ନେତା କିଏ ହେବେ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମମତା ବାନାର୍ଜୀ। ହେଲେ ନିର୍ବାଚନ ବେଳେ ଟିଏମସି ଯେଉଁ ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲା ତାହା ଶେଷ ହୋଇନାହିଁ, ବରଂ ଆଗକୁ ଆହୁରି ଜୋରଦାର ‘ଖେଲା ହୋବେ’ ବୋଲି ବିଜେପି ଆଭାସ ଦେଇ ସାରିଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିବା ଟିଏମସି ସୁୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ନିର୍ବାଚନୀ ହିଂସାକୁ ବିରୋଧ କରି ଶାସକ ଦଳ ଟିଏମସି ବିରୋଧରେ ସାରା ଦେଶରେ ବିଜେପି କର୍ମୀ ଓ ନେତା ଧାରଣା ଦେଇଛନ୍ତି।

ସେହିପରି ବିଜେପିରୁ ବିରୋଧୀ ଦଳର ନେତା କିଏ ହେବ ସେ ନେଇ ଚର୍ଚ୍ଚା ଜୋରଦାର ଚାଲିଥିବା ବେଳେ। ନନ୍ଦିଗ୍ରାମର ପୁଅ ଶୁୁଭେନ୍ଦୁ ଅଧିକାରୀ ମମତାଙ୍କୁ ଚେକ୍ ଦେଇଥିବାରୁ ବିରୋଧୀ ଦଳ ନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେପିର ବରିଷ୍ଠ ନେତାଙ୍କ କହିବାନୁସାରେ, ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳର ନେତା ହେବା ପ୍ରାୟ ନିଶ୍ଚିତ। ଆଜି ସନ୍ଧ୍ୟାରେ ଦଳର ସାଂସଦ ଏବଂ ବିଧାୟକଙ୍କ ସହ ଏକ ବୈଠକରେ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହେବେ। ଏହା ପରେ ଶୁଭେନ୍ଦୁ ଅଧିକାରୀ ଏବଂ ମମତା ବାନାର୍ଜୀ ବିଧାନସଭାରେ ମୁହାଁମୁହିଁ ହେବେ।

 

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *