ବିରୂପା ନଦୀକୁ ଡେଇଁ ପଡ଼ିଲେ ଛାତ୍ର


#ଚୌଦ୍ୱାର(ଏନ୍‌.ଏମ୍‌.): ବିରୂପା ନଦୀକୁ ଡେଇଁ ପଡ଼ି ଜଣେ ଛାତ୍ର। ନଦୀକୁ ଡେଇଁବା ପରେ ଯୁବକ ଜଣକ ନିଖୋଜ ହୋଇ ଯାଇଛନ୍ତି। ଦୀର୍ଘ ସମୟ ଧରି ଖୋଜାଖୋଜି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲାରେ। ନିଖୋଜ ଛାତ୍ର ହେଲେ ଚୌଦ୍ୱାର ୧୨ ନଂ ୱାର୍ଡର ପ୍ରଦୀପ କୁମାର ଦାସ। ସେ ଯୁକ୍ତ ୩ରେ ପଢ଼ୁଥିଲେ। ଆଜି ସକାଳେ ଛାତ୍ର ଜଣଙ୍କ ବିରୂପା ବ୍ରିଜ ଉପରେ ସାଇକେଲ ମୋବାଇଲ ବ୍ୟାଗ୍ ରଖି ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପରିବାର ଲୋକଙ୍କ ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରଙ୍କୁ ଖୋଜାଖୋଜି କରୁଛି। ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ କାନ୍ଦବୋବାଳିରେ ଉଚ୍ଚୁଳି ପଡ଼ୁଛି ବିରୂପା ବ୍ୟାରେଜ। ତେବେ ଛାତ୍ର ଜଣଙ୍କ କେଉଁ କାରଣ ପାଇଁ ନଦୀକୁ ଡେଇଁ ପଡ଼ିଲେ ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ। ଛାତ୍ର ଜଣଙ୍କ ଘରୁ ରାଗି କରି ଆସି ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *