ବିଭିନ୍ନ ରାଜ୍ୟର ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀ ଓଡିଶାରେ ଯୁକ୍ତ ଦୁଇ ଲାଗି କରିପାରିବେ ଆବେଦନ

ବିଭିନ୍ନ ରାଜ୍ୟର ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀ ଓଡିଶାରେ ଯୁକ୍ତ ଦୁଇ ଲାଗି କରିପାରିବେ ଆବେଦନ
ସାମସ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲକୁ ନିର୍ଦ୍ଦେଶ


କଟକ(ଏନ୍‌.ଏମ୍‌.): ଯେଉଁ ଛାତ୍ରଛାତ୍ରୀମାନେ ଅନ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିନରେ ମାଟ୍ରିକ ପାସ କରିଛନ୍ତି ସେମାନେ ଓଡିଶାରେ ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଆବେଦନ କରିପାରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିଲାଗି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡକୁ ସହମତି ପ୍ରଦାନ କରିଛନ୍ତି । ଉକ୍ତ ୫ ଟି ମାଧ୍ୟମିକ ବୋର୍ଡ ହେଉଛି, ଆନ୍ଧ୍ରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ, ଆନ୍ଧ୍ରପ୍ରଦେଶ ମୁକ୍ତ ବିଦ୍ୟାଳୟ ସୋସାଇଟି, ତେଲେଙ୍ଗନା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ, ମହାରାଷ୍ଟ୍ର ରାଜ୍ୟ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଗୁଜୁରାଟ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡ ।
୨୦୨୧-୨୨ ଶିକ୍ଷାବର୍ଷ ଲାଗି ଏହି ସହମତି ଦିଆଯାଇଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ପୃକ୍ତ ବୋର୍ଡଗୁଡିକର ଛାତ୍ରଛାତ୍ରୀଙ୍କୁ ଇ-ଆଡମିଶନ ପ୍ରକ୍ରିୟା ଲାଗି ଅନୁମତି ପ୍ରଦାନ କରିବାକୁ ସାମସ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଗତ କିଛି ଦିନ ପୂର୍ବ ବଜ୍ରକବାଟୀସ୍ଥିତ ବୋର୍ଡ କାର୍ଯ୍ୟାଳୟକୁ କନ୍ଧମାଳ ଜିଲ୍ଲାର ୫ଜଣ ଛାତ୍ରଛାତ୍ରୀ ନିଜର ବିଭିନ୍ନ ସମସ୍ୟା ନେଇ ବୋର୍ଡ ସମ୍ପାଦକଙ୍କୁ ଭେଟିଥିଲେ । ସେମାନେ ତେଲେଙ୍ଗାନା ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ମାଟ୍ରିକ ପାସ କରିଥିଲେ ମଧ୍ୟ ଓଡିଶାରେ ଯୁକ୍ତ ଦୁଇ ନାମ ଲେଖାଇପାରୁନଥିଲେ । ଏ ସଂକ୍ରାନ୍ତରେ ବୋର୍ଡ ସମ୍ପାଦକଙ୍କ ପକ୍ଷରୁ ତେଲେଙ୍ଗାନା ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲେଚନା କରାଯାଇଥିଲା । ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ଉକ୍ତ ଘଟଣା ସର୍ମ୍ପର୍କରେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅବଗତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଓଡିଶାରେ ନାମ ଲେଖାଇବାକୁ ଉପୁଜୁଥିବା ଅସୁବିଧା ସଂକ୍ରାନ୍ତରେ ତର୍ଜମା କରାଯାଇ ୫ଟି ବୋର୍ଡକୁ ଅନୁମତି ପ୍ରଦାନ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *