ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ

News by Basanta Kumar Ratha (Cuttack Sadar)

#କଟକ ସଦର(ଏନ୍‌.ଏମ୍‌.): ବୋଧପୁର ପଞ୍ଚାୟତ ଅନ୍ତର୍ଗତ ପାଇକାଣ ଗ୍ରାମସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୧୮ତମ ବାର୍ଷିକ ଉତ୍ସବ ବୁଢି ଜାଗୁଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାପରିଷଦ ଉପଧ୍ୟକ୍ଷା ସୁଭଦ୍ରା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ତଥା ଶିକ୍ଷାବିତ୍ ପ୍ରଦୀପ୍ତ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବୋଧପୁର ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ବେହେରା, ସମିତି ସଭ୍ୟା ଭାରତୀ ବିଶ୍ୱାଳ, ସମାଜସେବୀ ଧୀରେନ୍ଦ୍ର ନାଥ ବିଶ୍ୱାଳ, ପରିବେଶବିତ୍ ନାରାୟଣ ଭୋଳ ପ୍ରମୁଖ ଯୋଗ ଦେଇଥିଲେ । ପାଇକାଣ କ୍ଲଷ୍ଟର ସିଆରସିସି ସେଖ ଅବଦୁଲ ବୁରହାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶିକ୍ଷାକେନ୍ଦ୍ରର ସ୍ଥାୟୀ ସଭାପତି ମନୋରଂଜନ ରାଜ ଅଧ୍ୟକ୍ଷତା କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ମିତାଞ୍ଜଳି ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପରେ ପ୍ରତିଭାମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ଅତିଥିମାନେ ପ୍ରଦାନ କରିଥିଲେ । ସମାଜସେବୀ ବିଜୟ କୁମାର ଦଳାଇ, ସନାତନ ଦାସ ଆଚାର୍ଯ୍ୟ ଓ ସ୍ଥାନୀୟ ଅଭିଭାବକ କ୍ଲବର ସମସ୍ତ ସଭ୍ୟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ସଞ୍ଜିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *