ବିଧାୟକ ସୌଭିକଙ୍କ କଣ୍ଠରେ ଭଜନ ‘ସମସ୍ତଙ୍କୁ ମୋର ଶାରଦୀୟ ଅଭିନନ୍ଦନ’

ବିଧାୟକ ସୌଭିକଙ୍କ କଣ୍ଠରେ ଭଜନ ‘ସମସ୍ତଙ୍କୁ ମୋର ଶାରଦୀୟ ଅଭିନନ୍ଦନ’

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ପବିତ୍ର ଦୂର୍ଗପୂଜା ଉପଲକ୍ଷେ ଭିନ୍ନ ସ୍ୱାଦର ଭଜନ ‘ସମସ୍ତଙ୍କୁ ମୋର ଶାରଦୀୟ ଅଭିନନ୍ଦନ’ ମୁକ୍ତିଲାଭ କରିଛି । ଏହି ଭଜନଟିରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ କଣ୍ଠ ଦାନ କରିଥିବା ବେଳେ ଗୀତ ରଚନା ବିଭୂତି ସ୍ୱାଇଁ କରିଛନ୍ତି ଏବଂ ସଙ୍ଗୀତରେ ସଜେଇଛନ୍ତି ମୁନା ମହାନ୍ତି । ଆଜି ସ୍ଥାନୀୟ ମାଛୁଆ ବଜାର ସ୍ଥିତ ସର୍କିଟ ହାଉସଠାରେ କଟକ ନଗର ସଭାପତି ମଧୁସୁଦନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ଦେବାଶିଷ ସାମନ୍ତରାୟ, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ, ସିଏମସି ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଟ୍ରକ୍ ସଂଘର ସଭାପତି ରବି ଶତପଥୀ ପ୍ରମୁଖ ଉପସ୍ଥିତ ରହି ଭଜନଟି ସିଡିକୁ ଉନ୍ମୋଚନ କରିଥିଲେ । ବିଧାୟକ ଶ୍ରୀ ବିଶ୍ୱାଳଙ୍କ କଣ୍ଠରୁ ପୂର୍ବରୁ କରୋନା ମହାମାରୀରୁ ଉଦ୍ଧାର କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କ ଉପରେ ଭିନ୍ନ ସ୍ୱାଦର ଭଜନ ‘ତ୍ରାହି ତ୍ରାହି ମହାବାହୁ’ ଶ୍ରୋତାଙ୍କ ମନକୁ ଛୁଇଁଥିବା ବେଳେ ଏଥର ମଧ୍ୟ ପୂର୍ବ ସଫଳତା ବଜାୟ ରହିବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ନଗର କମିଟିର କାର୍ଯ୍ୟକାରୀ ସଭାପତି ତଥା ୪୭ନମ୍ବର ୱାର୍ଡ କର୍ପୋରେଟର ଇଂ. ସୁବ୍ରତ ଘଡାଇ, ସମ୍ପାଦକ ତାପସ ମହାନ୍ତି, ଉପସଭାପତି ରାଜେନ୍ଦ୍ର ରଣା, ରଞ୍ଜନ କୁମାର ବିଶ୍ୱାଳ, ବରିଷ୍ଠ ନେତା ଶିବ ହାତୀ, କର୍ପୋରେଟର ଅରବିନ୍ଦ ଜେନା, ସୌଭାଗିନି ଜେନା, ବିଶ୍ୱ ବନ୍ଦିତା ପଣ୍ଡା, ପ୍ରାଳୟା ବେଉରା, ଝିଲି ବିହାରୀ, ପ୍ରଦୀପ୍ତ ନାୟକ, ତାପସ ସାମନ୍ତରାୟଙ୍କ ସମେତ ୱାର୍ଡ ସଭାପତି ପବିତ୍ର ଭୂୟାଁ, ଅଭୟ ଲେଙ୍କା, ମନୋରଞ୍ଜନ ସାହୁ, ଏବଂ ଚୌଦ୍ୱାର-କଟକ ବିଜେଡ଼ି ସଂଯୋଜକ ସଂଜୟ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *