ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର

ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ସହରରେ ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ସରଗରମ ସେତିକି ବୃଦ୍ଧି ପାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଥିବାବେଳେ କଂଗ୍ରେସ ମଧ୍ୟ ନିଜର ପ୍ରଚାର ଉପରେ ଗୁରୁତ୍ୱ ଦେଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ପ୍ରସଙ୍ଗ କରି କଂଗ୍ରେସ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି । ବିଧାୟକ ଇଂ. ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ମେୟର ପ୍ରାର୍ôଥନୀ ଗିରିବାଳା ବେହେରାଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ପର୍ଯ୍ୟାୟକ୍ରମେ ବିଭିନ୍ନ ୱାର୍ଡ଼ରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ସିଏମସି ୩୫ ନମ୍ବର ୱାର୍ଡ ଅଞ୍ଚଳରୁ ବିସ୍ଥାପିତ ହୋଇଯାଇଥିବା ଜଗତପୁର ବସ୍ତିର ବାସିନ୍ଦାଙ୍କୁ ନେଇ ଏକ ବିରାଟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏକ ବିଶାଳ ମୋଟର ସାଇକେଲ ରାଲି ରାଣୀହାଟ ଠାରୁ ବାହାରି ଜଗତପୁରେ ପହଞ୍ଚିଥିଲା । କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ଜେ. କାମେଶ ରାଓଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ବାରବାଟୀ-କଟକ ବିଧାୟକ ଇଂ. ମୋକିମ ମେୟର ପ୍ରାର୍ôଥନୀ ଶ୍ରୀମତୀ ବେହେରା, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମହାପାତ୍ର, ଜଗଦୀଶ ମହାନ୍ତି, ସିପିଆଇ ନେତା ଅମରେନ୍ଦୁ ମହାନ୍ତି ପ୍ରମୁଖ ଯୋଗ ଦେଇ ନୂତନ ଭାବେ ଗଢି ଉଠିଥିବା ଉକ୍ତ ବସ୍ତିକୁ ଏକ ଆଦର୍ଶ ବସ୍ତିରେ ପରିଣତ କରିବା ପାଇଁ କଂଗ୍ରେସ ମେୟର ପ୍ରାର୍ଥୀନୀ ଏବଂ କର୍ପୋରେଟର ପ୍ରାର୍ଥୀଙ୍କୁ ଚଳିତ ପୌର ନିର୍ବାଚନରେ ବିଜୟୀ କରିବାକୁ ନିବେଦନ କରିଥିଲେ । ସେହିଭଳି ସିଏମସି ୪୭ ନମ୍ବର ୱାର୍ଡ ଅଞ୍ଚଳରେ କଂଗ୍ରେସ ସମର୍ôଥତ ସିପିଆଇ(ଏମ) ପ୍ରାର୍ଥୀନୀ ଶୁଭ୍ରା ମହାପାତ୍ରଙ୍କୁ କଂଗ୍ରେସ ନେତୃବର୍ଗ ସାଙ୍ଗରେ ନେଇ ପଦଯାତ୍ରା ଜରିଆରେ ଭୋଟ ପ୍ରଚାର କରିଥିଲେ । ୱାର୍ଡ ଅଞ୍ଚଳର ବହୁ ବିଧି ଉନ୍ନତି ପାଇଁ କଂଗ୍ରେସ ଦଳର ମେୟର ପ୍ରାର୍ଥୀନୀ ଗିରିବାଳା ବେହେରାଙ୍କ ସମେତ କର୍ପୋରେଟର ପ୍ରାର୍ଥୀ ଶୁଭ୍ରା ମହାପାତ୍ରଙ୍କୁ ନିର୍ବାଚିତ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *