ବିଧାନସଭା ପରିସରରେ ସମ୍ବିଧାନ ଦିବସ ପାଳନ ଅବସରରେ ଶପଥ ପାଠ


ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତୀୟ ସମ୍ବିଧାନ ଦିବସ ଅବସରରେ ଓଡ଼ିଶା ବିଧାନସଭା ସଚିବାଳୟ ତରଫରୁ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥପାଠ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇ ବିଧାନସଭା ସଚିବାଳୟ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ସମ୍ବିଧାନ ପ୍ରତି ଆନୁଗତ୍ୟ ରକ୍ଷା କରିବା ପାଇଁ ତଥା ଶ୍ରଦ୍ଧା ଓ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ ପାଇଁ ସେ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ, ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ବିଧାନସଭାର ଅଧିକାରୀମାନେ ଯୋଗଦେଇଥିଲେ ।

By admin

Leave a Reply

Your email address will not be published. Required fields are marked *