ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ

News by Padmalochan Mishra (Cuttack)

କଟକ (ଏନ୍‌.ଏମ୍‌.): ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡଦେବା ଦାବିରେ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟ୍‌ସ ଅର୍ଗାନାଇଜେସନ୍ (ଏ.ଆଇ.ଡି.ଏସ୍‌.ଓ) ପକ୍ଷରୁ ଆଜି ସାରା ଓଡିଶା ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂଗଠନର କଟକ ଜିଲ୍ଲା କମିଟି ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଓଡିଶା ରାଜ୍ୟ କମିଟି ଉପସଭାପତି ବବି ବଳବନ୍ତରାୟ, କଟକ ଜିଲ୍ଲା କମିଟି ସଭାପତି ଭାଗ୍ୟରବି ଦାସ,ଉପସଭାପତି ତରୁଣସେନ ନାୟକ, ସମ୍ପାଦକ ବିନୋଦ ସେଠୀ ଓ କୋଷାଧ୍ୟକ୍ଷ ଇଶା ଧର, ସମ୍ପାଦକ ମଣ୍ଡଳୀ ସଦସ୍ୟ ଶିବାନୀ ସାହୁ, ଶୁଭସ୍ମିତା ସାହୁ, ଜ୍ୟୋସ୍ନାରାଣୀ ଦାସ, ଅମରେନ୍ଦ୍ର ନାୟକ, ଛାତ୍ରନେତା ସରୋଜ ମାନସିଂ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ଏହି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଦଣ୍ଡବିଧାନ କରାନଗଲେ ଛାତ୍ର ଆନ୍ଦୋଳନକୁ ଶକ୍ତିଶାଳୀ କରାଯିବ ବୋଲି ଛାତ୍ରନେତାମାନେ ଚେତାବନୀ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *