ବିଜେପି କଟକ ନଗରର ମହିଳା ମୋର୍ଚ୍ଚାର ମହିଳା ଓ ଶିଶୁ ସୁରକ୍ଷା ବିଷୟ ସମ୍ବନ୍ଧରେ ପଥପ୍ରାନ୍ତ ସଭା

ବିଜେପି କଟକ ନଗରର ମହିଳା ମୋର୍ଚ୍ଚାର ମହିଳା ଓ ଶିଶୁ ସୁରକ୍ଷା ବିଷୟ ସମ୍ବନ୍ଧରେ ପଥପ୍ରାନ୍ତ ସଭା

News by Padmalochan Mishra (Cuttack)

କଟକ (ଏନ୍‍.ଏମ୍‍.): କଟକ ନଗର ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ନୟାସଡ଼କ ଛକରେ ମହିଳା ଓ ଶିଶୁ ସୁରକ୍ଷା ନେଇ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ ଏନ୍‌ସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଅଛି । ଓଡ଼ିଶାରେ ଅପହରଣ, ବଳାତ୍କାର ପ୍ରତିବର୍ଷ ବଢ଼ିଚାଲିଛି । ରାଜ୍ୟରେ ୨ବର୍ଷ ଭିତରେ ୭୪୦୪ ଶିଶୁ ନିଖୋଜ ଏଥିରୁ ୧୦୦୫ ନାବାଳକ, ୬୩୯୯ନାବାଳିକା । ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବାକୁ ଆମ ରାଜ୍ୟ ସରକାର କେବେ ବି ଇଛା ପ୍ରକାଶ କରିନାହାନ୍ତି କି ସେଥିପ୍ରତି ତାଙ୍କର ଧ୍ୟାନ ଦେଇନାହାନ୍ତି ବୋଲି ଅଭିଯୋଗ ହୋଇଛି । ମମିତା ମେହେର, ପରୀ, ବେବିନା, ଇତିଶ୍ରୀ, ମାଧବୀଲତା ଏମିତି ଅନେକ ମହିଳା ଅତ୍ୟାଚାର ପରେ ହତ୍ୟା ଘଟଣାକୁ ରାଜ୍ୟ ସରକାର ଚପାଇ ଦେବା ଦୁର୍ଭାଗ୍ୟ ଜନକ ବୋଲି ବକ୍ତାମାନେ କହିଥିଲେ । ଏହିଭଳି ପ୍ରତ୍ୟେକ ୱାର୍ଡରେ ପଥପ୍ରାନ୍ତ ସଭା କରାଯାଇ ମହିଳା ଓ ଶିଶୁ ସୁରକ୍ଷା ବିଷୟରେ ଜନ ଜାଗରଣ କରାଯିବାକୁ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନିର୍ଦ୍ଦେଶ କ୍ରମେ ଏହି ସଭାରେ ରାଜ୍ୟ ମହିଳାମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ, ବିଷ୍ଣୁପ୍ରିୟା ବେହେରା, କଳ୍ପନା ପଟ୍ଟନାୟକ, ଅମ୍ବିକା ଦାସ, ସଂଯୁକ୍ତା ମିଶ୍ର, ନମିତା ମିଶ୍ର, ଅଳକା ମହାନ୍ତି, ମନୋରମା ରାଉତ, କଲ୍ୟାଣି ମହଲା, ସବିତା ବେହେରା, ସ୍ୱର୍ଣ୍ଣଲତା ସେଠୀ, ୱାଇ.ୱାଣୀ, ସୁଚିତ୍ରା ସେନାପତି, ସାଗରିକା ମୁଦୁଲି, ପାର୍ବତୀ ଘଡେଇ, ମମତା ବେହେରା, ବୀଣା ବେହେରା, ନମିତା ଭୂୟାଁ, ଅନୁରାଧା ବେହେରା, କଳ୍ପନା ବେହେରା, ସସ୍ମିତା ରାଉତ, ପୁଷ୍ପ ଲେଙ୍କା, ବିଶ୍ୱଜିତା ଜେନା, ସ୍ନେହମଞ୍ଜରୀ ମହାନ୍ତି, ଲକ୍ଷ୍ମୀଧର ପ୍ରଧାନ, ସିକନ୍ଦର ଅଲ୍ଲି, ସବ୍ୟସାଚୀ ମହାପାତ୍ର, ଦିବାକର ସାହୁ, ରତନ ମହାନ୍ତି, ଦେବାନନ୍ଦ ସିଂ, ଲକ୍ଷ୍ମୀଧର ବେହେରା, ଗଗନ ଓଝା, ସୁବାଷ ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର, ଶରତ ଭୋଳ ପ୍ରମୁଖ ନେତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *