ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟିତ

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟିତ


#କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ କେନ୍ଦ୍ରାପଡ଼ା ଇଛାପୁର ସାମଗୁଡ଼ିଆ ନିକଟସ୍ଥ ନବନିର୍ମିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି । ଭବିଷ୍ୟତ ପାଇଁ ବଡ଼ଶକ୍ତିଭାବେ ଉଭା ହୋଇଥିବା ସଶକ୍ତ ଯୁବଶକ୍ତି ଗଠନ ପାଇଁ କ୍ରୀଡ଼ା ଭିତିଭଭୂମିର ବିକାଶ ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ୨୬ଗୋଟି ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍ ଉଦ୍‌ଘାଟନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶା ପୋଷଣ କରିଥିଲେ ଯେ, ଗ୍ରାମାଂଚଳଠାରୁ ସହରାଂଚଳ ପର୍ଯ୍ୟନ୍ତ ପିଲାମାନେ କ୍ରୀଡ଼ାକ୍ଷେତ୍ରରେ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିବେ ଏବଂ ଏହି ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍ ସେମାନଙ୍କୁ ଏ ଦିଗରେ ସୁଯୋଗ ପ୍ରଦାନ କରିବ । ଏହି ଅବସରରେ ୫- ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ କହିଥିଲେ ଯେ ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍ ହେଉଛି ଲୋକମାନଙ୍କର ସମ୍ପତି ଓ ତାର ଯତ୍ନ ନେବା ଦାୟିତ୍ୱ ଲୋକମାନଙ୍କର । ଏହି ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ରାପଡ଼ାର ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା କ୍ରୀଡ଼ା ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବିଭିନ୍ନ ସ୍କୁଲ୍‌ର କ୍ରୀଡ଼ା ଶିକ୍ଷକ, କ୍ରୀଡ଼ାବିତ୍‌, ଜନପ୍ରତିନିଧି, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୂଖ ଏହି ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *