ବାସୁଦେବପୁର ପଞ୍ଚାୟତ ଓ ପୌର ପରିଷଦସ୍ତରୀୟ ସଚେତନତା ଶିବିର
#ବାସୁଦେବପୁର(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ପଞ୍ଚାୟତ ସମିତି ଓ ପୌର ପରିଷଦ ପକ୍ଷରୁ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ସମସ୍ତ ପଞ୍ଚାୟତ ଓ ପୌର ପରିଷଦରେ ଯୋଗ ଦେଇ ନବୀନ ସରକାରଙ୍କ ବିଭିନ୍ନ ଜନହୀତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ବିଧାୟକ ଶ୍ରୀ ରାଉତରାୟଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଓ ସମାଜସେବୀ ଦିନ ବନ୍ଧୁ ଦାସ ମଧ୍ୟ ଯୋଗ ଦେଇଥିଲେ । ସମସ୍ତ ସ୍ଥାନରେ ଭିତ୍ତିଭୂମିର ବିକାଶ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ବିଷୟରେ ବିଧାୟକ ଶ୍ରୀ ରାଉତ ରାୟ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ଏହି କ୍ରମରେ ସ୍ଥାନୀୟ ବିନାୟକପୁର, ବ୍ରାହ୍ମଣ ଗାଁ, ଅରନ୍ଦୁଆ ପଞ୍ଚାୟତ ରେ ଓ ପୌର ପରିଷଦ ବଂଶୀ ପାଟନା କଳ୍ପତରୁ ଆଶ୍ରମ ଠାରେ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିନାୟକପୁର ଠାରେ ଜିଲ୍ଲା ପରିଷଦ ଜୟନ୍ତୀ ବାରିକ୍ ଓ ପୌର ପରିଷଦରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଓ ଉପାଧ୍ୟକ୍ଷ ଉତ୍ତମ ବାରିକ୍ ପ୍ରମୁଖ ଯୋଗ ଦେଇଥିଲେ । ଉଭୟ ସ୍ଥାନରେ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବିଧାୟକ ଶ୍ରୀ ରାଉତରାୟଙ୍କ ବାସୁଦେବପୁର ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଜନସାଧାରଣଙ୍କ ସହ ଏସଏଚଜି ସଦସ୍ୟା, ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଏବଂ ଜିଲ୍ଲା ପରିଷଦ ଉପସ୍ଥିତ ଥିଲେ ।
