ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଫାଇପ-ଟି କାର୍ଯ୍ୟକ୍ରମ ଶିଳାନ୍ୟାସ

ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଫାଇପ-ଟି କାର୍ଯ୍ୟକ୍ରମ ଶିଳାନ୍ୟାସ

News by SmrutiRanjan Tripathy (Choudwar)

#ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ଗ୍ରାମରେ ଥିବା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଆଜି ଫାଇପ-ଟି କର୍ଯ୍ୟକ୍ରମର ଶିଳାନ୍ୟାସ ହୋଇଯାଇଛି । ରାଜ୍ୟ ସରକାର ଶିକ୍ଷାର ଉନ୍ନତି ନିମନ୍ତେ ଏହି ମହତ କାର୍ଯ୍ୟକ୍ରମ ହାତକୁ ନେଇ ଏବେ ରାଜ୍ୟର ବହୁ ବିଦ୍ୟାଳୟ ଗୁଡ଼ିକୁ ଫାଇପ-ଟିରେ ରୂପାନ୍ତରିତ କରୁଛନ୍ତି । ସେଭଳି ପର୍ଯ୍ୟାୟକ୍ରମେ ଆଜି କୟଳପଡ଼ା ପଞ୍ଚାୟତସ୍ଥିତ ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶିଳାନ୍ୟାସ କରିଥିଲେ । ପ୍ରାୟ ୨ରୁ ୩ ଗୋଟି ପଞ୍ଚାୟତର ପିଲା ଏହି ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ତେଣୁ ରାଜ୍ୟସରକାର ଏହି ବିଦ୍ୟାଳୟରୁ ପାଇପ-ଟିରେ ରୁପାନ୍ତରିତ କରିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହା ଦ୍ୱାରା ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଉତ୍ତମ ଶିକ୍ଷା ପ୍ରଦାନ, ଉତ୍ତମ ଖେଳ ବିକାଶ, ଉନ୍ନତ ଶୌଚାଳୟ ଆଦି ବିଭିନ୍ନ ସୁବିଧା ଛାତ୍ରଛାତ୍ରୀ ପାଇ ପାରିବେ । ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ବିଡିଓ ଆଶୁତୋଷ ମିଶ୍ର, ୧୧ନମ୍ବର ଜୋନ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ତିର୍ଥାନନ୍ଦ ସୁବୁଦ୍ଧିରାୟ, ସରପଞ୍ଚ ଶୈଳବାଳା ନାୟକ, ସମିତିସଭ୍ୟା ବନ୍ଦନା ସ୍ୱାଇଁ, ନାୟବ ସରପଞ୍ଚ ମାଧବାନନ୍ଦ ସେଠୀ, କୟଳପଡା ବିଜେଡି ସଭାପତି ସୁଧାକର ନାୟକ, ଯୁବ ସମାଜସେବୀ ପିତାମ୍ବର ନାୟକ, ବିଦ୍ୟାଳୟର ଶିକ୍ଷକ କାଞ୍ଚନବାଳା ରାଉତ, ମନୋରଞ୍ଜନ ଥାଟୋଇ, ବାଣୀପଦା ସମିତିସଭ୍ୟ ଲକ୍ଷ୍ମଣ ରାଉତଙ୍କ ସମେତ ସମସ୍ତ ୱାର୍ଡର ୱାର୍ଡ ମେମ୍ବର, କର୍ମୀ, ଶୁଭେଛୁ ଓ ଗ୍ରାମବାସମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *