ବାଲିସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ

ବାଲିସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଭୟାବହ କରୋନା ମହାମାରୀର ପ୍ରଥମ ଲହର ସମୟରେ ତାଳଦଣ୍ଡା କେନାଲ କୂଳରୁ ଉଛେଦ କରି ବାଲି ସାହି ଠାରେ ଅସ୍ଥାୟୀ ଭାବରେ ରଖାଯାଇଥିବା ବସ୍ତି ବାସିନ୍ଦା ମନେ ଉଚ୍ଛେଦର ୩ବର୍ଷ ପରେବି ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ବସ୍ତି ବାସିନ୍ଦାଙ୍କ କୌଣସି ମୌଳିକ ସମସ୍ୟାର ସମାଧାନ କରାଯାଇନାହିଁ । ଏହାର ପ୍ରତିବାଦରେ ବାଲିସାହି ବସ୍ତି ବାସିନ୍ଦା ମାନଙ୍କର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଦାବି ପତ୍ର ଦିଆଯାଇଛି । ପୂର୍ବଭଳି ସୌଭାଗ୍ୟ ଯୋଜନାରେ ବସ୍ତି ବାସିନ୍ଦା ମାନଙ୍କୁ ଅନ୍ତର୍ଭୁକ୍ତ କରି ବିନା ଦେୟରେ ବିଜୁଳି ସଂଯୋଗ ଦେବା ଓ ପୂର୍ବଭଳି ବିଜୁଳି ଶୁଳ୍କରେ ରିହାତି ଦେବା, କର୍ମ ସ୍ଥଳକୁ ଯିବାପାଇଁ ବସ୍ତିକୁ ମୋ ବସ ଚଳାଚଳ କରିବା ଓ ବିନା ଦେୟରେ ମୋ ବସରେ ଯିବା ଆସିବା ପାଇଁ ବସ୍ତି ବାସିନ୍ଦାଙ୍କୁ ପରିଚୟ ପତ୍ର ଦେବା, ବସ୍ତି ନିକଟରେ କଣ୍ଟ୍ରୋଲ ସାମଗ୍ରୀ ପାଇବାର ବନ୍ଦୋବସ୍ତ କରିବା, ବସ୍ତିରେ ଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ସ୍ମାରକ ପତ୍ରରେ ଦାବି କରାଯାଇଛି । ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ବିକ୍ଷୋଭରେ ସଂଗଠନର ଆବାହକ ଖଗେଶ୍ୱର ସେଠୀ, ବସ୍ତି ନେତା ଦୀପକ ଦାସ, ସଜନୀ ଦାସ, ପ୍ରଫୁଲ ଦାସ, ଉର୍ମିଳା ଦାସ, ଭଗବାନ ସେନାପତି,ଗଜେନ୍ଦ୍ର ଦାସ, ଶିବ ଦାସ, ସିପ୍ରା ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ । ଏହି ବିକ୍ଷୋଭ ସଭାରେ ବାମପନ୍ଥୀ ନେତା ବିଶ୍ୱାବସୁ ଦାସ, ବିଦ୍ୟୁତ ଉପଭୋକ୍ତା ମଞ୍ଚ ଆବାହକ ରାଜକିଶୋର ମଲ୍ଲିକ, ସମାଜସେବୀ ବବି ବଳବନ୍ତରାୟ ପ୍ରମୁଖ ତାଙ୍କ ବକ୍ତବ୍ୟରେ ବସ୍ତି ବାସିନ୍ଦାଙ୍କ ଦାବି ଗୁଡିକୁ ପ୍ରଶାସନ ଯଥାଶୀଘ୍ର ପୁରଣ କରିବା ସହ ତାଙ୍କର ସମସ୍ୟା ଗୁଡିକୁ ଅବିଳମ୍ବେ ସମାଧାନ କରିବାକୁ ଦାବି କରଥିଲେ । ୫ଦଫା ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ସହ ଜିଲ୍ଲାପାଳ ପ୍ରିୟଦର୍ଶିନୀ ଜେନାଙ୍କୁ ଦିଆଯାଇଥିଲା । ସିଏମସି କମିଶନରଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *