ବାଲିଯାତ୍ରା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କଂଗ୍ରେସର ମୋଟରସାଇକେଲ ଶୋଭାଯାତ୍ରା

ବାଲିଯାତ୍ରା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କଂଗ୍ରେସର ମୋଟରସାଇକେଲ ଶୋଭାଯାତ୍ରା

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ସିଏମସି ପକ୍ଷରୁ ବାଲିଯାତ୍ରାରେ ହୋଇଥିବା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ରାଜକୋଷରୁ ଅର୍ଥ କିଭଳି ଆତ୍ମସାତ ହେଉଛି ତାହାର ଉନ୍ମୋଚନ କରିବା ପାଇଁ କଟକ କଂଗ୍ରେସ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏ ନେଇ ପ୍ରଶାସନିକ ଉଦାସୀନତା ଦେଖିବାକୁ ମିଳିଛି । କିଛି ଅଧିକାରୀ, କର୍ମଚାରୀଙ୍କ ସମେତ ରାଜନେତାମାନେ ଏହି ଦୁର୍ନୀତିରେ ଜଡ଼ିତ ଥିବାରୁ ଏହାର ତଦନ୍ତ କରାଯିବା ନେଇ ଟାଳଟୂଳ ନୀତି ଅବଲମ୍ବନ କରାଯାଇଥିବା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ କଂଗ୍ରେସ କର୍ପୋରେଟର ଦଳ ଓ କର୍ମକର୍ତ୍ତାଙ୍କ ପକ୍ଷରୁ ବିଧାୟକ ଇଂ.ମୋକିମଙ୍କ ଆହ୍ୱାନ କ୍ରମେ ଆଜି ଦ୍ୱିତୀୟ ଦିନରେ ମୋଟରସାଇକେଲ ଶୋଭାଯାତ୍ରା ବକ୍ସି ବଜାର ସ୍ଥିତ ଗୋପବନ୍ଧୁ ଭବନ ନିକଟରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଅବସରରେ କଟକ ସହରବାସୀଙ୍କ ସଚେତନା ପାଇଁ ଏକ ରଥ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବିଧାୟକ ଇଂ. ମୋକିମ ଯୋଗଦେଇ ଚଳିତ ବର୍ଷର ବାଲିଯାତ୍ରା ଆୟୋଜନରେ କଳ୍ପନାତୀତ ଦୁର୍ନୀତି ସବୁ ସୀମା ଟପି ଯାଇଛି; ଯଦି ରାଜ୍ୟ ସରକାର କୌଣସି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଯଥାଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ବିଭିନ୍ନ ୱାର୍ଡସ୍ତରରେ କରାଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ପୂର୍ବତନ ସଭାପତି ଗିରିବାଳା ବେହେରା, କର୍ପୋରେଟର ସନ୍ତୋଷ କୁମାର ଭୋଳ, ଶୁବାଶିଷ ପଟ୍ଟନାୟକ, ଲିଜାରାଣୀ ରାଉତ, ଭାନୁ ସେନାପତି, ସ୍ୱର୍ଣ୍ଣପ୍ରଭା ପସାୟତ, କେ. କାମେଶ୍ୱର ରାଓ, ଜନାର୍ଦ୍ଦନ ପରିଡା, ବରିଷ୍ଠ କଂଗ୍ରେସ ନେତା ନିକୁଞ୍ଜ ପସାୟତ, ବିଶ୍ୱଜିତ ଦାସ, କେଦାର ପୃଷ୍ଟି, ଚାରୁଲତା ସାହୁ, ଶରତ ଚନ୍ଦ୍ର ଶେଠୀ, ମହମ୍ମଦ ଅଲିମ, ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବ୍ରର୍ତ୍ତୀ, ଆକାଶ ଭୂୟାଁ, ସ୍ମୃତିରଞ୍ଜନ ରାଉତ, ସନ୍ତୋଷ ପାତ୍ର, ଅଜୟ ରାଉତ, ରଶ୍ମୀରଞ୍ଜନ ମିଶ୍ର, ସୁରଜିତ ସାହୁ, ଅଜୟ ଗୋଛାୟତ, ପ୍ରତାପ ପରିଡା, ଶୟଦ ରମଯାନୀ ଅଲ୍ଲୀ, ମୀର ମୁଜାଫର ଅଲ୍ଲୀ, ସତ୍ୟଶ୍ରୀ ବେହେରା, ସେକ ଗୁଲାମ ମୋଇଉଦ୍ଦୀନ, ହରେକୃଷ୍ଣ ବେହେରା, ରଶ୍ମୀକାନ୍ତ ସାମଲ, ପ୍ରଦୋଷ ଦାସ, ସେକ ମେହେତାବ, ଦିଲ୍ଲୀପ ମହାନ୍ତି, ସେକ କରିମ, ସେକ ଆଫତାବ, ସ୍ମିତା ସେନ, ସିଲା ସାହା, ଅଙ୍ଗୁରୀ ବେଗମ, ଅନିତା ନାୟକ, ପୂର୍ଣ୍ଣିମା ସାହୁ, ରାଜଶ୍ରୀ ପାତ୍ର, ମନୋରମା ପଣ୍ଡା, ମମତା ବେହେରା, ଭାଗବତ ସ୍ୱାଇଁ, ସେକ ଅଜିଜ, ରୂପକ ପାତ୍ର, ଉସ୍ମାନ ଖାନ, ଦୀପକ ସାହୁ, ରଘୁନାଥ ବେହେରା, ଲଲିତ ଭୂୟାଁ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *