ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର
କଟକ(ଏନ୍.ଏମ୍): ବାରବାଟୀ-କଟକ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅମୃତ ଧାରା ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ରାଜ୍ୟରେ ମହାମାରୀ କରୋନା ବ୍ୟାପୁଥିବାବେଳେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯେଭଳି ରକ୍ତ ସଂକଟ ସୃଷ୍ଟି ନହେବ ସେଥିପାଇଁ କଂଗ୍ରେସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୁରୀଘାଟ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅମୃତଧାରାର ଅଧ୍ୟକ୍ଷ ତଥା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆହ୍ୱାନ କ୍ରମେ କମିଟିର ସଭାପତି ସନ୍ତୋଷ ପାତ୍ରଙ୍କ ନେତୃତ୍ୱରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ପାରିଛି । କଟକ ନଗର (ଜିଲ୍ଲା) କଂଗ୍ରେସ କମିଟି ସଭାନେତ୍ରୀ ଗିରିବାଳା ବେହେରା, ଅଶ୍ୱିନୀ ମହାରଣା, କ୍ଷୀରୋଦ ସାହୁ, ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ମହମ୍ମଦ ଅଲିମ, ବିକି ଚକ୍ରବ୍ରର୍ତ୍ତୀ, ସୌମ୍ୟରଞ୍ଜନ ଦାସ, ସାହିଲ ପରଭେଜ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସ୍ୱେଚ୍ଛାକୃତ ରକ୍ତ ଦାନ ପାଇଁ ଉତ୍ସାହିତ କରିଥିଲେ । ଏସସିବି ବ୍ଲଡ଼ ବ୍ୟାଙ୍କର ଡାକ୍ତର ଓ ସହଯୋଗୀମାନେ ରକ୍ତ ସଂଗ୍ରହ କାର୍ଯ୍ୟରେ ସହାୟତା କରିଥିଲେ । ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *