ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ୍‌ରେ ଯୋଡି ହେଲା ବିକାଶର ଆଉ ଏକ ଫର୍ଦ୍ଦ

ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ୍‌ରେ ଯୋଡି ହେଲା ବିକାଶର ଆଉ ଏକ ଫର୍ଦ୍ଦ

News by Aditya Paital (Banki)

#ବାଙ୍କୀ(ଏନ୍‌.ଏମ୍‌.): ବାଙ୍କୀ ନିର୍ବାଚନ ମଣ୍ଡଳି ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ଗ୍ରାମ ପଞ୍ଚାୟତ ନୟାପାଟଣା ଓ ଆମ୍ବବରେଇକୁ ସଂଯୋଗ ପାଇଁ ପୁରୁଣା ଲୁହା ପୋଲ ପାଖରେ ଏକ ନୂତନ ବିଜୁ ସେତୁ ନିର୍ମାଣ ହେବ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନସାଧାରଣ ଓ ଜନପ୍ରତିନିଧିଙ୍କ ମଧ୍ୟରେରେ ଆଧୁନିକ ବାଙ୍କୀ ବିକାଶର କର୍ଣ୍ଣଧାର ପୁର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଯୁବ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏହି ନୂତନ ବିଜୁ ସେତୁର ଭୂମିପୂଜନ କରି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସ୍ଥାନୀୟ ଜନସାଧାରଣ ପୁରୀ ମୁଖ୍ୟ କେନାଲ ଉପରେ ଯାତାୟତ ପାଇଁ ତଥା ନୟାପାଟଣାକୁ ବେଲଗଛିଆ ଗ୍ରାମ ପଞ୍ଚାୟତ ସହ ଯୋଡ଼ିବା ପାଇଁ ନିର୍ମାଣ ହୋଇଥିବା ଲୁହା ପୋଲ ନିର୍ମାଣ ହୋଇଥିଲା । ତେବେ କାଳକ୍ରମେ ଏହି ପୋଲଟି ଦୁର୍ବଳ ହୋଇ ପଡ଼ିଥିବାରୁ ଅଞ୍ଚଳବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଯୁବ ବିଧାୟକ ଶ୍ରୀ ତ୍ରିପାଠୀ ଏଠାରେ ଏକ ନୂତନ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ନିଜ ପ୍ରତିଶ୍ରୁତିକୁ ପାଳନ କରିବା ନିମନ୍ତେ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ଏହାର ସଫଳ ରୂପରେଖ ଦେବାରେ ସଫଳ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଏହି ନୂତନ ସେତୁ ନିର୍ମାଣ ପାଇଁ ଭୂମିପୂଜନ କରି ଯୁଦ୍ଧ କାଳୀନ ଭିତ୍ତିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସେତୁ ନିର୍ମାଣ ହେଲେ ପଡୋଶୀ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ପାଞ୍ଚ ପଞ୍ଚାୟତ ବାସୀଙ୍କ ସହ ବାଙ୍କୀ ଅଞ୍ଚଳ ସହ ଉତ୍ତମ ଯୋଗାଯୋଗ ହୋଇପାରିବେ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *