ବାଇକରେ ବୁହା ହେଲା ଶବ

ମାଲାକାନାଗିରି (ଏନ୍.ଏମ୍): ବାଇକ ରେ ବୁହା ହେଲା ଆଦିମ ବଣ୍ଡା ଜନଜାତିର ଶବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।ସୂଚନା ନେଵାରୁ ଜଣାପଡିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ସୀସା ନିଜ ଚାହା ଦୋକାନରେ ଚାହା ବିକ୍ରି କରିବା ସମୟରେ ହଠାତ ଛାତି ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡି ଯାଇଥିଲେ।ଏପରି ହେଉଥିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଶବ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କତ୍ତୃପକ୍ଷ ଙ୍କୁ ଗୁହାରି କରିଥିଲେ କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୌଣସି ବ୍ୟବସ୍ଥା କରା ନଯିବାରୁ ପରିବାର ଲୋକେ ବାଧ୍ୟ ହୋଇ ଶବ ଟିକୁ ବାଇକ ଯୋଗେ ନିଜ ଘର କଦମଗୁଡାକୁ ଆଣିଥିବା ଦେଖିବାକୁ ମିଳିଥିଲା।ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଯୋଜନା ଥାଇ ମଧ୍ୟ କିଛି ସରକାରୀ ବାବୁଙ୍କ ଅପାରଗତା ଯୋଗୁ ସରକାରୀ ଯୋଜନାରୁ ସାଧାରଣ ଲୋକ ବଞ୍ଚିତ ହେଉଛନ୍ତି। ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏନେଇ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ପଚାରିବାରୁ ସେ ଏନେଇ କୌଣସି ଅଭିଯୋଗ ପାଇନଥିବା ପ୍ରକାଶ କରିଛନ୍ତି ।

 

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *