ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଆଞ୍ଚଳିକ ବିକାଶ ପରିଷଦ

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଆଞ୍ଚଳିକ ବିକାଶ ପରିଷଦ

News by Smrutiranjan Tripathy (Choudwar)

ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ସାରା ରାଜ୍ୟରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । କେଉଁଠି ଲୋକେ ଘରୁ ବାହାରି ପାରୁ ନଥିବେଳେ ତ କେଉଁଠି ଉଜୁଡ଼ି ଯାଇଛି କ୍ଷେତ, ବନ୍ୟା ଯୋଗୁଁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ମହାନଦୀରେ ବନ୍ୟା ଆସିବା ଦ୍ୱାରା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କଖଡି ପଞ୍ଚାୟତର ବ୍ୟାପକ କ୍ଷୟକ୍ଷତି ହୋଇଛି । ଉକ୍ତ ଅଞ୍ଚଳର ଗୋପୀନାଥପଡ଼ା, କାପ୍ତାବରାଇ ଅଞ୍ଚଳରେ ବନ୍ୟା ପାଣି ପଶି ଦୀର୍ଘ ଦିନ ଧରି ମହାନଦୀର ବନ୍ୟା ପାଣିରେ ଫସି ରହିଥିଲେ । ସମ୍ପ୍ରତି ଧିରେ ଧିରେ ବନ୍ୟା ପାଣି ହ୍ରାସ ପାଇଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ଥମି ନାହିଁ । ଉକ୍ତ ଅଞ୍ଚଳରେ ଜନସାଧାରଣ ଭୋକ ଉପାସରେ କାଳାତିପାତ କରୁଥିବାବେଳେ ମହାମାରୀ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ବନ୍ୟା ଯୋଗୁ କାହା ଘରେ ପାଣି ପଶି ଖାଦ୍ୟ ନଷ୍ଟ ହୋଇଯାଇଛି ତ କାହାର କ୍ଷେତ ଉଜୁଡି ଯାଇଛି । ଫଳରେ ଲୋକେ ଦୀର୍ଘ ଦିନ ଧରି ଅଞ୍ଚଳବାସୀ ଜଳବନ୍ଦୀ ହୋଇ ପଡ଼ିଥିବାବେଳେ ଖାଦ୍ୟାଭାବରେ ରହିଛନ୍ତି । ଜନସାଧାରଣଙ୍କ ଏଭଳି ବିପର୍ଯ୍ୟୟ ସମୟରେ କୟଳପଡା ପଞ୍ଚାୟତର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଉକ୍ତ ପଞ୍ଚାୟତରେ ଖାଦ୍ୟ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା କରାଯାଇଛି । ଗୁଡ଼, ଚୁଡ଼ା, ବିସ୍କୁଟ, ବିଶୁଦ୍ଧ ପାଣି, ଆଦି ସାମଗ୍ରୀ ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ଉପସ୍ଥିତିରେ ବଣ୍ଟନ କରା ଯାଇଥିଲା । ଆଞ୍ଚଳିକ ବିକାଶ ପରିଷଦର ସଭାପତି ରଶ୍ମିରଞ୍ଜନ ପ୍ରଧାନଙ୍କ ନେତୃତ୍ୱ କ୍ରମେ ଏହି କାର୍ଯ୍ୟକ୍ରମ କରଯାଇଥିଲା । କାର୍ଯ୍ୟକ୍ରମରେ ପରିସଦର ଅଧକ୍ଷ ନିରଞ୍ଜନ ପଣ୍ଡା, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ସ୍ମୃତିରଞ୍ଜନ ବେଉରା, ଉପସଭାପତି ଦେବେନ୍ଦ୍ର ରାଉଳ, ସମ୍ପାଦକ ହରିହର ପାତ୍ର, ଦିପ୍ତିରଞ୍ଜନ ବେଉରା, ବିଷ୍ଣୁ ଚରଣ ସ୍ୱାଇଁ, ପ୍ରଶାନ୍ତ ପରିଡ଼ା, ମହେଶ୍ୱର ସାହୁ, ରମେଶ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *