ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଛତୁଚାଷ ସମ୍ପର୍କିତ କର୍ମଶାଳା

ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଛତୁଚାଷ ସମ୍ପର୍କିତ କର୍ମଶାଳା


ଚୌଦ୍ୱାର(ଏନ୍‌.ଏମ୍‌.): ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ନାବାର୍ଡ଼ ଓଡ଼ିଶା ସହାୟତାରେ ସ୍ଥାନୀୟ ବାଣୀପଦା ପଞ୍ଚାୟତ ଚାଙ୍ଗୁଡ଼ିଆ ଓ ବନ୍ଦାଳୋ ଗ୍ରାମର ମହଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କୁ ନେଇ ବ୍ୟବସାୟ ଭିତ୍ତିକ ଛତୁଚାଷ ପ୍ରଶିକ୍ଷଣ ଦିଆଯାଇଛି । ଏହି କର୍ମଶାଳାକୁ ନାବାର୍ଡ଼ କଟକ ଜିଲା ଉପ ପରିଚାଳକ ଏସ୍‌.ଏସ୍‌. ପଣ୍ଡା ଉଦ୍‌ଘାଟନ କରିଥିଲେ । ସମାଜସେବୀ ତୀର୍ଥାନନ୍ଦ ସୁବୁଦ୍ଧିରାୟ ଓ ଲକ୍ଷ୍ମଣ ରାଉତଙ୍କ ପରିଚାଳନାରେ ଆୟୋଜିତ ଏହି କର୍ମଶାଳାରେ ଇମ୍ଫାର ମାନବ ସମ୍ବଳ ଓ ପ୍ରଶାସନିକ ଅଧିକାରୀ ଜି. ଶାରଦା ପ୍ରସାଦ ରାଓ, ସିନିୟର ମ୍ୟାନେଜର ମାନସ ରଞ୍ଜନ ପରିଡ଼ା, ଫାଉଣ୍ଡେସନ୍‌ର ଡିଜିଏମ୍ ନିର୍ଲ୍ଲେନ୍ଦୁ ଚାଟାର୍ଜୀ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଗ୍ରମାଞ୍ଚଳର ମହିଳା ମାନେ ସଂଗଠିତ ଭାବେ ବ୍ୟବସାୟ ଭିତ୍ତିକ କୃଷି କରିବା ପାଇଁ ଆଗ୍ରହୀ ହେଲେ ନିଜେ ସ୍ୱାବଲମ୍ବୀ ହୋଇ ହେବା ସହିତ ନିଜ ନିଜର ପରିବାରର ଆଥିକ ସ୍ଥିତି ସୁଧାରି ପାରିବେ ବୋଲି ପରାମର୍ଶ ଦେଇଥିଲେ । ଫାଉଣ୍ଡେସନ୍ ସହାୟତାରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡ଼ିକ କରିଥିବା ଛତୁଚାଷ କେନ୍ଦ୍ରକୁ ଅତିଥିମାନେ ବୁଲି ଦେଖିବା ସହିତ ମହିଳା ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସଫଳତାର ସହ ତାଲିମ୍ ଗ୍ରହଣକରିଥିବା ୬୦ଜଣ ପ୍ରଶିକ୍ଷାର୍ଥୀଙ୍କୁ ଅତିଥି ମାନେ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରିଥିଲେ । କଟକ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ସୁଜାତା ସେଠୀ, ଇଂ. ସତ୍ୟବ୍ରତ ବାଇ, ମାନସ ଦାସ, ଇଣ୍ଡିଆନ୍ ବ୍ୟାଙ୍କ ଚୌଦ୍ୱାର ଶାଖା ପରିଚାଳିକା ମୃଣାଳିନୀ ନାଥ, ଆଗ୍ରାହାଟ ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ଧର୍ଯ୍ୟଧର ସାହୁ ପ୍ରମୁଖ ବ୍ୟବସାୟ ଭିତ୍ତିକ ବିଭିନ୍ନ କୃଷି ଓ କୁଟିର ଶିଳ୍ପ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଇମ୍ଫା ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ, ଫାଉଣ୍ଡେସନ୍‌ର ବରିଷ୍ଠ କାର୍ଯ୍ୟାଧିକାରୀ ଆଶୀଷ ଦାସ, ଶୁଭଶ୍ରୀ ନାଏକ, ଜ୍ଞାନ ରଞ୍ଜନ ବେହେରା, ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *