ଫ୍ଲିପ୍ କାର୍ଟ କମ୍ପାନୀର ଦାଦାଗିରି: ମନଇଚ୍ଛା କରୁଛି କର୍ମଚାରୀ ଛଟେଇ

#ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ସ୍ଥିତ ଇନ୍ଦ୍ରାଣୀପାଟଣାରେ ଥିବା ଆନ୍ତଃଜାତୀୟ କମ୍ପାନୀ ପ୍ଲିପକାର୍ଟର ମଦର୍ କମ୍ପାନୀ ମନମୁଖୀ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ କର୍ମଚାରୀ । ଅଧିକାଂଶ କର୍ମଚାରୀ ମାନେ ହେଲେ ଯୁବକ ଯୁବତୀ । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ ନକରିବା, ଅଧିକ ସମୟ କାମରେ ନିୟୋଜିତ କରିବା ଓ କର୍ମଚାରୀଙ୍କ ଇପିଏଫ୍ ଓ ପିଏଫ୍ ସଠିକ୍ ସମୟରେ ପୈଠ ନକରିବା ବିରୋଧରେ କିଛି କର୍ମଚାରୀ କମ୍ପାନୀ ବିରୋଧରେ ସ୍ୱର୍ ଉତ୍ତୋଳନ କରିଥିଲେ । ଫଳରେ କମ୍ପାନୀ ବିନା କୌଣସି କାରଣ ଦର୍ଶାଅ ନୋଟିସରେ ସେହି କର୍ମଚାରୀମାନଙ୍କୁ ଛଟେଇ କରିଥିବାର ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀମାନେ । ଆନ୍ଦୋଳନରତ କର୍ମଚାରୀମାନେ କମ୍ପାନୀ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛ । ସ୍ଥାନୀୟ ନେତୃବର୍ଗ ମଧ୍ୟ କମ୍ପାନୀର ଏହି ଶୋଷଣ ନୀତିକୁ ବିରୋଧ କରି ଆନ୍ଦୋଳନରତ କର୍ମଚାରୀ ମାନଙ୍କୁ ସମର୍ଥନ ଦେଇଛନ୍ତି ।

