ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ମୋ’ ସ୍କୁଲ ସବୁଜ ସ୍କୁଲ’, ମୋ’ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟପ୍ରଦ ଅଭିଯାନ

ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ମୋ’ ସ୍କୁଲ ସବୁଜ ସ୍କୁଲ’, ମୋ’ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟପ୍ରଦ ଅଭିଯାନ

News by Saroj Kumar Muduli (Khordha)

#ଖୋର୍ଦ୍ଧା(ଏନ୍‌.ଏମ୍‌.): ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ କାଇପଦର ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଓ ସମସ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ କାଇପଦର ଉଚ୍ଚ ବିଦ୍ୟାଳୟ ପରସରରେ ମୋ’ ସ୍କୁଲ, ସବୁଜ ସ୍କୁଲ ମୋ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟ ପ୍ରଦ ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡେଟ ଇନ୍ ଚିଫ୍ ତଥା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ କହିଲେ ଯେ, ପ୍ରତିଦିନ ତିନି ବର୍ଷରୁ ୧୮ବର୍ଷର ଜଣେ ପିଲା ଦିନକୁ ୧୬ କି.ଗ୍ରା. ଅମ୍ଳଜାନ ଗ୍ରହଣ କରେ ଓ ୨୦ କି.ଗ୍ରା ଅଙ୍ଗାରକାମ୍ଳ ତ୍ୟାଗ କରେ । ଗଛର ଗୋଟିଏ ପତ୍ର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଘଣ୍ଟାକୁ ୫ ମି.ଲି ଅମ୍ଳାଜନ ହିସାବରେ ୧୨ ଘଣ୍ଟା ବା ଗୋଟିଏ ଦିନରେ ୬୦ମି. ଲି. ଅମ୍ଳଜାନ ପ୍ରସ୍ତୁତ କରେ । ଉପରୋକ୍ତ ହିସାବ ଅନୁସାରେ ପିଲାମାନେ ଛାଡ଼ୁଥିବା ଅମ୍ଳଜାନକୁ ଶୋଷିନେବାକୁ ଆବଶ୍ୟକ ପଡ଼ିଥାଏ ୧୬ରୁ ୨୪ଟି ପତ୍ର । ପିଲାମାନେ ସ୍କୁଲରେ ସାଧାରଣତଃ ପ୍ରାୟ ୮ଘଣ୍ଟା ରହିଥାନ୍ତି । ୧୦୦ ପିଲା ପାଠ ପଢ଼ୁଥିବା ଗୋଟିଏ ସ୍କୁଲର ହତା ବା ଆଖ ପାଖରେ ୧୦ଟି ବଡ଼ ଗଛ କିମ୍ବା ୨୦ରୁ ୨୫ଟି ଛୋଟ ବା ମଧ୍ୟମ ଧରଣର ଗଛ ଆବଶ୍ୟକ ପଡ଼ିଥାଏ । ତେଣୁ ଏତିକି ସଂଖ୍ୟକ ଗଛ ଯେଉଁ ସ୍କୁଲ ପରିସରରେ ଥିବ ସେ ସ୍କୁଲର ପିଲାମାନେ ସ୍ୱାସ୍ଥ୍ୟପ୍ରଦ ନିଶ୍ଚିତ ରହିବେ । ଏହି ଦୃଷ୍ଟି କୋଣରୁ କାଇପଦର ଉଚ୍ଚ ବିଦ୍ୟାଳୟ ପରିସରରୁ ଆଜି ଆରମ୍ଭ ହୋଇଥିବା ଏହି ଅଭିଯାନ ଓଡ଼ିଶା କୋଣ ଅନୁକୋଣରେ ଥିବା ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ଡକ୍ଟର ଶ୍ରୀଚନ୍ଦନ କହିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ କାଇପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଧୁସ୍ମିତା ଦାସ, ଶିକ୍ଷକ ବେଣୁଧର ମହାପାତ୍ର, ସ୍କୁଲ ପରିଚାଳନା କମିଟି ସଭାପତି ବୀଣାପାଣି ମାର୍ଥା, ସମ୍ପାଦକ ତ୍ରିଲୋଚନ ବଳବନ୍ତରାୟ, ବୋଖାରୀ ବାବା ପୂଜକ କମିଟି ସଭାପତି ସମାଜସେବୀ ସନାଉଲା ମିଆଁ, ପ୍ରାକ୍ତନ ଛାତ୍ର ସୁଧାଂଶୁ ଚମ୍ପତିରାୟ, ନିରଞ୍ଜନ ସାମନ୍ତରାୟ, କୋଦାଣ୍ଡ ଯୁଝାରସିଂହ ପ୍ରମୁଖ ନିଜର ବକ୍ତବ୍ୟ ରଖି କହିଲେ ଯେ, ଏହି ଅଭିଯାନରେ ସ୍କୁଲର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ସମ୍ପୃକ୍ତ ହୋଇ ଏହାକୁ ଏକ ସବୁଜିମା ଓ ସ୍ୱାସ୍ଥ୍ୟ ପ୍ରଦ ସ୍କୁଲରେ ପରିଣତ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କ ସହିତ ଆମ୍ଭେମାନେ ସଂକଳ୍ପ ବଦ୍ଧ । ଏହା କାଇପଦର ଗ୍ରାମର ଫୁସ୍‌ଫୁସ୍‌ରେ ପରିଣତ ହେବ । ଏହି ଅବସରରେ ସ୍କୁଲଗୁଡ଼ିକର ଛାତ୍ର ଛାତ୍ରୀମାନେ ଆଗ ଲଗାଇବା ଗଛ ଆଉ ସବୁକଥା ପଛ, ଗଛ ଆମର ଜୀବନ ଧନ, ଯୋଗାଏ ଆମକୁ ପାଣି ପବନ, ଗଛଟିଏ ଜୀବନଟିଏ ଆଦି ସ୍ଲୋଗାନ ଦେଇ ସ୍ଥାନୀୟ କାଇପଦର ତଥା ନିକଟସ୍ଥ ଗ୍ରାମମାନ ପରିକ୍ରମା କରିଥିଲେ । ଏଥି ସହିତ ସ୍କୁଲ ପରିସର ଗୁଡ଼ିକରେ ବୃକ୍ଷ ରୋପଣ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *