‘ପ୍ରାରମ୍ଭ’ ପ୍ରଶିକ୍ଷଣ ନେଲେ ୩୫୦ ଶିକ୍ଷକ:ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ହାସଲ ମୂଳ ଲକ୍ଷ୍ୟ

‘ପ୍ରାରମ୍ଭ’ ପ୍ରଶିକ୍ଷଣ ନେଲେ ୩୫୦ ଶିକ୍ଷକ:ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ହାସଲ ମୂଳ ଲକ୍ଷ୍ୟ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ଜାତୀୟ ଶିକ୍ଷା ନୀତି – ୨୦୨୦ ଆଧାରରେ ପ୍ରଣୀତ ‘ନିପୁଣ ଭାରତ’ର ମୂଳ ଲକ୍ଷ୍ୟ ଶିଶୁମାନଙ୍କ ପ୍ରାଥମିକ ଶିକ୍ଷା ପରିପ୍ରେକ୍ଷୀରେ ତୃତୀୟ ଶ୍ରେଣୀ ମଧ୍ୟରେ ପ୍ରତ୍ୟେକ ଶିଶୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ହାସଲ କରିବେ । ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ‘ପ୍ରାରମ୍ଭ’ ଶୀର୍ଷକ ଏକ ସ୍ୱତନ୍ତ୍ର ମଡୁଲ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ସମଗ୍ର ଶିକ୍ଷା, ପୁରୀ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୋପ ବ୍ଲକର ୩୫୦ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଆଉ ୫୦ଜଣ ଶିକ୍ଷକଙ୍କୁ ଆସନ୍ତା ସପ୍ତାହରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଗୋପ ମଣ୍ଡଳ ଶିକ୍ଷାଧିକାରୀ ସୁଶୀଳ କୁମାର ବ୍ରହ୍ମା ପ୍ରକାଶ କରିଛନ୍ତି । ଗୋପ ବ୍ଲକର ସାରଡା ୟୁଜିୟୁପି, ନୟାହାଟ ହାଇସ୍କୁଲ, ନିଗମାନନ୍ଦ ହାଇସ୍କୁଲ, ଗଣେଶ୍ୱରପୁର ଏନୟୁପିଏସ୍ ଓ ଶ୍ରୀଜଗନ୍ନାଥ ନୋଡାଲ ହାଇସ୍କୁଲରେ ୭ଟି ପର୍ଯ୍ୟାୟରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ୍ ହୋଇଥିଲେ । ବିଇଓ ଶ୍ରୀ ବ୍ରହ୍ମାଙ୍କ ସମେତ ବିଆରସିସି ବେଣୁଧର ମଲ୍ଲିକ, ଏବିଇଓ ଅଶୋକ କୁମାର ବେହେରା ଓ ଏବିଇଓ ବିଳାସିନୀ ମଲ୍ଲ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରି ପରିଚାଳନାଗତ ସଫଳତାକୁ ସୁନିଶ୍ଚିତ କରିଥିଲେ । ସାରଡା ୟୁଜିୟୁପି ସ୍କୁଲରେ ବରିଷ୍ଠ ସାଧନକର୍ମୀ ମହେନ୍ଦ୍ର କୁମାର ଦାଶ, କଳ୍ପନା ମିଶ୍ର, ରାଜେଶ ନାୟକ ଓ ବିଦ୍ୟାଧର ମିଶ୍ର ଏବଂ ନୟାହାଟ ହାଇସ୍କୁଲରେ ସାଧନକର୍ମୀ ଲଲାଟ ବେହେରା, ବିନୋଦ ମିଶ୍ର, ତାପସ ନାୟକ ଓ ସିଆରସିସି ସୁଚରିତା ପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ନିଗମାନନ୍ଦ ହାଇସ୍କୁଲ ପ୍ରଧାନଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ, ଗଣେଶ୍ୱରପୁର ସ୍କୁଲ ପ୍ରଧାନଶିକ୍ଷକ ସୁବ୍ରତ ରଞ୍ଜନ ନାୟକ, ନୟାହାଟ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ଶ୍ରୀଜଗନ୍ନାଥ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ରମାକାନ୍ତ ସେଠୀ, ସାରଡା ୟୁଜିୟୁପି ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଦାସ, ସିଆରସିସି ସ୍ମୃତିରେଖା ବରାଳ ଓ ସିଆରସିସି ଦେବାଶିଷ ପ୍ରଧାନ ପ୍ରଶିକ୍ଷଣ ଶିବିରର ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *