ପ୍ରମିଳାଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ

ପ୍ରମିଳାଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ୨ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ଗତକାଲି ଶ୍ରମ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତାଙ୍କୁ ମିଳିଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ଏହି ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ଦିଆଯାଇଛି । ତେବେ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନବଦାସଙ୍କ ବିୟୋଗ ପରେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ରହିଛି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ, ନିଯୁକ୍ତି ଓ ଇଏସଆଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଗତକାଲି ସକାଳେ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଉଭୟେ ନିଜ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିଲେ ।
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାଶ ବିବାଦୀୟ ହୋଇପଡ଼ିଥିବା ବେଳେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବାରୁ ଉଭୟଙ୍କୁ ମନ୍ତ୍ରୀପଦରୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ନବ ଦାସଙ୍କ ହତ୍ୟା ଯୋଗୁ ମନ୍ତ୍ରିମଣ୍ଡଳରେ ଗୋଟିଏ ପଦବୀ ଖାଲି ରହିଥିବା ବେଳେ ଏବେ ଏହି ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ମୋଟ୍ ୩ଟି ମନ୍ତ୍ରୀ ପଦ ଖାଲି ରହିଛି । ତେବେ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଉପନିର୍ବାଚନରେ ବିଜୟ ଲାଭ କରିଥିବାରୁ ତାଙ୍କୁ ମଧ୍ୟ ଯେକୌଣସି ଗୋଟିଏ ବିଭାଗରେ ଥଇଥାନ କରାଯିବ ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆସନ୍ତା ନିର୍ବାଚନ ଭିତରେ ପୁଣି ଥରେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ବୋଲି ଶୁଣିବାକୁ ମିଳୁଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *